ଆତଙ୍କବାଦୀ ଆକ୍ରମଣରେ ୪୫ ଯବାନ ସହିଦ । ସହିଦଙ୍କ ପ୍ରତିଟି ରକ୍ତ ବୁନ୍ଦାର ପ୍ରତିଶୋଧ ନିଆଯିବ : ବି.କେ ସିଂହ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କାଶ୍ମୀରର ପୁଲୱାମାର ଅବନ୍ତିପୁରା ହାଇୱେ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରଦାର ଥିଲାକି ଦୁଇଟି ବସ ସହ ୪୫ ଜଣ ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାରେ ପଡିଥିଲା । ଏହି ଆକ୍ରମଣକୁ ଭାରତ ଘୋର ନିନ୍ଦା କରିଛି । ସେହିପରି ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ବି.କେ ସିଂହ ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି ।

ସୂଚନା ଅନୁଯାୟୀ, ଆଜି ଜମ୍ମୁ କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ୧୦ରୁ ଉର୍ଦ୍ଧ ବସରେ ସିଆରପିଏଫର ଯବାନ ହାଇୱେରେ ଯାଉଥିବା ବେଳେ ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ସିଆରପିଏଫର ଦୁଇଟି ବସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ କାରକୁ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ବିସ୍ଫୋରଣରେ ସିଆରପିଏଫର ଦୁଇଟି ବସ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବାରୁ ୪୫ ଜଣ ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାରେ ପଡିଥିଲା ।

Leave A Reply

Your email address will not be published.