ବିକି-କ୍ୟାଟ୍ରିନାଙ୍କୁ ହତ୍ୟା ଧମକ

ବଲିଉଡ ଷ୍ଟାର ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ ମିଳିଛି। ଏହା ପରେ ମୁମ୍ବାଇ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖବର ଅନୁଯାୟୀ, ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କୁ ଷ୍ଟକ୍ କରୁଥିଲା ଏବଂ ବିକି କୌଶଲ ଉକ୍ତ ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ଏହା ସତ୍ତ୍ୱେ ସେ ଏହା ଜାରି ରଖିଥିଲା ଏବଂ ଶେଷରେ ବିକି ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲେ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରଠାରୁ ସେଲିବ୍ରିଟିମାନଙ୍କୁ ଲଗାତାର ଧମକ ଦିଆଯାଉଛି। କିଛି ଦିନ ପୂର୍ବରୁ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା।