ଖୋର୍ଦ୍ଧା ଔଷଧ ବ୍ୟବସାୟ ସଂଘ ତରଫରୁ ସାଧାରଣ ସଭା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଔଷଧ ବ୍ୟବସାୟ ସଂଘ ତରଫରୁ ଗତକାଲି ଏକ ବାର୍ଷିକ ସାଧାରାଣ ସଭା ଟଙ୍କପାଣି ରୋଡସ୍ଥିତ ଶ୍ରୀ ସାଇ କନନେଭନ୍ସାଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଓ ସମଗ୍ର ରାଜ୍ୟରୁ ପ୍ରାୟ ୩୦୦ ସଦସ୍ୟ ଯୋଗ ଦେଇଥିଲେ। ଏହାର ମୁଖ୍ୟ ବିଷୟ ଥିଲା କରୋନା ସମୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସଦସ୍ୟ ନିରବିଚ୍ଛିନ୍ନ ସେବା କରି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ। ତଥାପି ସରକାରଙ୍କ ତରଫରୁ ସେମାନଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ମିଳିନଥିବାରୁ ସର୍ବସମ୍ମତିରେ ଉଦବେଗ ପ୍ରକାଶ ପାଇଥିଲା। ଏନେଇ ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ସଭାରେ ମୁଖ୍ୟବକ୍ତା ଭାବେ ଅଶୋକ କୁମାର ସାମଲ, ରାମଗୋପଳ ଅଗ୍ରୱାଲ ଯୋଗ ଦେଇଥିଲେ। ଶ୍ରୀ ଅଗ୍ରୱାଲ ସଂଗଠନକୁ କିପରି ସୃଦୃଢ କରାଯିବ ତାହାର ମନ୍ତ୍ର ସଦସ୍ୟ ମାନଙ୍କୁ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟମାନେ ମତ ରଖିଥିଲେ। ଏହି ସଭାରେ ନିର୍ବାଚିତ ସଭାପତି ପ୍ରଗତିରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଜେନା ନୂତନ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟମାନଙ୍କର ନାମ ଓ ଜିଲ୍ଲାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। କୋଷାଧ୍ୟକ୍ଷ ଭାବେ ବିଭୂପ୍ରସାଦ ପ୍ରଧାନଙ୍କୁ ନୂତନ କାର୍ଯ୍ୟଭାର ଦିଆଯାଇଥିଲା। ପ୍ରବିଣ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ। ପିଆରଓ ମଧୁରାମ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.