ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୃଷକଙ୍କ ଦ୍ୱାରା ଡକାଯାଇଥିବା ‘ଭାରତ ବନ୍ଦ’ ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ପୁଲିସ ଗୃହବନ୍ଦୀ କରିଦେଇଛି। ଆମ ଆଦମି ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି।
ଆପ୍ ଟ୍ୱିଟ୍ କରି କହିଛି ଯେ, ‘କେଜ୍ରିୱାଲ ଗତକାଲି ସିଂଘୁ ବୋର୍ଡରରେ କୃଷକଙ୍କୁ ଭେଟି ଫେରିବା ପରେ ତାଙ୍କୁ ଦିଲ୍ଲୀ ପୁଲିସ ଗୃହବନ୍ଦୀ କରିଦେଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କ ଘର ଚାରିପଟେ ବ୍ୟାରିକେଡ କରିଦେଇଛିି। ଆଉ କାହାରିକୁ ବି କେଜ୍ରିୱାଲଙ୍କ ଘରକୁ ଯିବାକୁ ଦିଆଯାଉ ନାହିିଁ। ଯେଉଁ ବିଧାୟକଙ୍କର ଗତକାଲି କେଜ୍ରିୱାଲଙ୍କ ସହ ବୈଠକ ଥିଲା ପୁଲିସ ସେମାନଙ୍କ ସହ ମଧ୍ୟ ମାରପିଟ କରିଛି। ଏଥିସହିତ କେଜ୍ରିୱାଲଙ୍କ ଘର ବାହାରେ ବିଜେପି ନେତା ବସିଛନ୍ତି।