ବିଜେଡିର ଗୋଟିଏ ନାରା ‘ ଚାଲ କେନ୍ଦ୍ରାପଡା ‘

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟୟ ନିର୍ବାଚନ ସରିଥିବାବେଳେ କେବଳ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଅଛି । ବାକିଥିବା ନିର୍ବାଚନ ମଣ୍ଡଳୀ ମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ୟତମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ନାରା ଯିଏ କେନ୍ଦ୍ରାପଡା ବାସୀଙ୍କ ସହ ବିଶ୍ୱାସଘାତକତା କରିଛି ତାକୁ କେନ୍ଦ୍ରାପଡା ବାସୀ କ୍ଷମା ଦେବା ଉଚିତ ନୁହେଁ । ତେଣୁ ଏହି ସନ୍ଦେଶ କେନ୍ଦ୍ରାପଡ଼ାର ଘରେ ଘରେ ପହଞ୍ଚେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁସବୁ ଅଞ୍ଚଳର ନିର୍ବାଚନ ସମାପ୍ତ ହୋଇଯାଇଛି ସେହି ସବୁ ସ୍ଥାନର ଛାମୁଆ ନେତା, ଯୁବ ଓ ଛାତ୍ର ବିଜେଡ଼ି ର ସଦସ୍ୟ ହାତରେ ନ୍ୟସ୍ତ କରାଯାଇଛି କିପରି ପ୍ରସ୍ତୁତ କରାଯିବ ରୋଡ଼ମ୍ୟାପ ଓ କିପରି ଭାବରେ ହେବ ଏହାର ପରିଚାଳନା । ଆଉ ଖୁବ କମ ସମୟ ହାତରେ ଥିବାରୁ ଦମ ଲଗାଇଦେଇଛି ବିଜେଡି । କିପରି ଭାବରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ପରାସ୍ତ କରିବ ତାହାହିଁ ବିଜେଡିର ‘ଚାଲ କେନ୍ଦ୍ରାପଡା’ ର ମୁଖ୍ୟ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନେକ ନେତା ଗତ ୨୪ତାରିଖରୁ କେନ୍ଦ୍ରାପଡ଼ାରେ ଡେରା ପକାଇଛନ୍ତି । ଏପରିକି ସମସ୍ତ ହୋଟେଲ ନେତା ଓ କର୍ମୀ ମାନଙ୍କ ଦ୍ୱାରା ବୁକ ହୋଇଥିବା ମଧ୍ୟ ସମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ କେନ୍ଦ୍ରାପଡା ଆସନ ବିଜେଡି ଓ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜେଡି ବୈଜୟନ୍ତଙ୍କୁ ହରାଇ ନିଜର ସ୍ଥିତି ଜାହିର କରିବା ସହ ବିଜେଡି ବିନା ବୈଜୟନ୍ତଙ୍କ କୌଣସି ସ୍ଥିତିନାହିଁ ବୋଲି ଦାବି କରିବ । ସେହିପରି ବିଜେଡିକୁ ହରାଇ ବୈଜୟନ୍ତ ନିଜର ପତିଆରା ଜାହିର କରିବା ସହ ନିଜର ଲୋକପ୍ରିୟତାର ପ୍ରମାଣ ଦେବାକୁ ଚେଷ୍ଠା ଚଳାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆସନ୍ତା ୨୯ ତାରିଖରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡା ରୁ କିଏ ମାରୁଛି ବାଜି ।

ସୂଚନା ଅନୁଯାୟୀ, ଦୀର୍ଘ ୧୯ବର୍ଷ ଧରି ବୈଜୟନ୍ତ ବିଜେଡିରେ ରହିଥିଲେ । ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ଦଳରେ କାମ କରିବା ସହ କେନ୍ଦ୍ରାପଡା ଲୋକସଭାରୁ ଦୁଇଥର ଓ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର କ୍ଷମତା କନ୍ଦଳକୁ ନେଇ ବୈଜୟନ୍ତ ଦଳରେ ବିବାଦୀୟ ହୋଇପଡିଥିଲେ । ପରେ ସେ ଦଳ ବିରୋଧି ମନ୍ତବ୍ୟ ଦେବାରୁ ତାଙ୍କୁ ବିଜେଡି ପାର୍ଟିରୁ ବହିଷ୍କାର କରାଯାଇଥିଲା । କିଛିଦିନ ପୂର୍ବେ ସେ ବିଜେପିରେ ଯୋଗଦାନ କରିବା ସହ ବିଜେଡି କୁ ଟାର୍ଗେଟ କରିଆସୁଛନ୍ତି ।

Leave A Reply

Your email address will not be published.