କେନ୍ଦ୍ରାପଡା ଲୋକସଭା ଆସନ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତଙ୍କୁ ପଛରେ ପକାଇଲେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । କେନ୍ଦ୍ରାପଡା ରାଜ୍ୟର ବହୁ ଚର୍ଚ୍ଚିତ ଲୋକସଭା ଆସନ । ୪ର୍ଥ ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନରେ ଫୁଲଦମ ଲଗାଇ ଦେଇଥିଲେ ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଲୋକସଭା ଆସନରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୩୭୬୦ ଭୋଟରେ ଆଗୁଆ ଅଛନ୍ତି । ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୯୯୪୫ ଖଣ୍ଡ ଭୋଟ ପାଇଥିବା ବେଳେ ଅନୁଭବ ୧୩୭୦୫ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ମାତ୍ର ୨୧୫୬ ଖଣ୍ଡ ପାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.