୨୫ ଯାଏଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବର୍ହିବିଭାଗ ଓ ଅର୍ନ୍ତବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଏବଂ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଅପରାହ୍ନ ୪ଟାରୁ ଆସନ୍ତା ସେପ୍ଟେମ୍ବର ୨୫ ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବନ୍ଦ ରଖାଯାଇଛି । ଏହି ସମୟ ମଧ୍ୟରେ ରୋଗୀମାନଙ୍କୁ କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଅଯିବ ।
ସୂଚନାଯୋଗ୍ୟ, କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପୂର୍ବରୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଗତ ମାସରେ ଡାକ୍ତରଖାନାର କିଛି କର୍ମଚାରୀ କରୋନା ପଜିଟିଭ ହୋଇଥିବାରୁ ଏହାକୁ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.