ନୋଟିସ ପାଇ ଚେତା ପଶିଲା କେନ୍ଦ୍ରୀୟ ବିଦ୍ୟାଳୟର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅସହ୍ୟ ତାତି ସତ୍ୱେ ଭୋଇ ନଗର ୟୁନିଟ-୯ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସ୍କୁଲ ଖୋଲିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦ୍ରୀୟ ବିଦ୍ୟାଳୟ-୧ର ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତିନି ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ମଧ୍ୟ କହିଛନ୍ତି।
ଗତ କିଛିଦିନ ହେବ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରାହୁଥିବାବେଳେ ଭୁବନେଶ୍ୱର ରେ ୪୨ ଡିଗ୍ରୀ ରେ ପହଞ୍ଚିଛି। ତେଣୁ ପିଲାଙ୍କ ହିତ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟିକୁ ପ୍ରଥମେ ୧୮ତାରିଖ ରୁ ୨୧ତାରିଖ ଓ ପରେ ୨୧ ତାରିଖ ରୁ ୨୫ ତାରିଖ କୁ ବୃଦ୍ଧି କରିଥିଲେ।

ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ଏହି ନିର୍ଦେଶ କୁ ନ ମାନି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଅଭିଯୋଗ ହେବାପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନୋଟିସ ଜାରି କରିଛି। ନୋଟିସ ପାଇବା ପରେ ସ୍କୁଲ କୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଅପରପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ , ସେମାନେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏବଂ ଅଂଶୁଘାତ ପାଇଁ ସ୍କୁଲ ଭିତରେ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave A Reply

Your email address will not be published.