କେରଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଛି କରୋନା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଚାଲିଛି । ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣ ଚେନ୍‌କୁ ଭାଙ୍ଗିବାରେ ଅସହାୟ ପାଲଟିଛନ୍ତି । ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଏହିକ୍ରମରେ ଆଉ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି ଯାହା ସରକାରଙ୍କର ଚିନ୍ତାକୁ ବହୁଗୁଣିତ କରିବ । କେରଳର କିଛି ଅଞ୍ଚଳରେ କରୋନା ଭାଇରସ୍‌ ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ଜଣାପଡିଛି । ପ୍ରଥମଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଏନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି । ସେ କହିଛନ୍ତି, କେରଳର ରାଜଧାନୀ ଥିରୁଭନନ୍ତପୁରମରେ ସ୍ଥିତି ଅତ୍ୟନ୍ତ ସଙ୍କଟପୂର୍ଣ୍ଣ । ପୁନ୍ଥୁରା ଓ ପୁଲ୍ଲୁଭଲ୍ଲା ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ପୁନ୍ଥୁରାରେ ୫୦ ଜଣଙ୍କ ନମୁନା ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ପୁଲ୍ଲୁଭିଲ୍ଲା ଅଞ୍ଚଳରେ ୫୭ ଜଣଙ୍କ ମଧ୍ୟରୁ ୨୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏମାନେ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସୂଚନା ନାହିଁ । ଅନ୍ୟପଟେ କେରଳରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଯଥାସାଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପି ବିଜୟନ୍‌ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କେରଳରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ ହୋଇସାରିଛି । ସେଥିମଧ୍ୟରୁ ୪,୯୯୫ ଜଣ ସୁସ୍ଥ ହୋଇଥିବା ବେଳେ ୬,୦୩୩ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୩୮ ଜଣଙ୍କର ଏହି ଭାଇରସ୍‌ରେ ମୃତ୍ୟୁ ହୋଇସାରିଛି ।

bjd
Sikshaya
ruchi

Leave A Reply

Your email address will not be published.