ଘର ଉପରକୁ ମାଡ଼ି ଗଲା ଟ୍ରକ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘର ଉପରକୁ ଟ୍ରକ୍ ମାଡ଼ି ଯିବାରୁ କାନ୍ଥ ଭୁଶୁଡ଼ି ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଷଠୀଘର ସାହିରେ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ମହୁଲ ବୋଝେଇ ଟ୍ରକ‌ଟି ଭାରସାମ୍ୟ ହରାଇ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହେଶ ପାତ୍ରଙ୍କ ଘରକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଥିଲା। ସେତେବେଳେ ମହେଶ, ତାଙ୍କ ସ୍ତ୍ରୀ ଓ ୭ ବର୍ଷର ଝିଅ ଘର ଭିତରେ ଶୋଇଥିଲେ। କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି।
ପରେ ମହେଶ ଓ ଅନ୍ୟ ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବରପାଇ ପୁଲିସ୍ ଓ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ଟ୍ରକ୍‌ ଧକ୍କାରେ ଘରଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସେହିପରି ଘରକୁ ଧକ୍କା ଦେବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।

Leave A Reply

Your email address will not be published.