ଖିମଜୀ ଜ୍ୱେଲେରୀ ତରଫରୁ ଖୁସିଓଁ କୀ ଦିୱାଲି, ଧନତେରାସ ଅଫର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ଶୁଭ ଦୀପାବଳି ଏବଂ ଧନତେରାସକୁ ଆଖିଆଗରେ ରଖି ଚଳିତ ବର୍ଷ ଓଡିଶାର ଅଗ୍ରଣୀ ଜ୍ୱେଲେରୀ ବ୍ୟବସାୟିକ ପ୍ରତିଷ୍ଠାନ ଏକାଧିକ ଅଫରର ଏବଂ ସ୍କିମ୍ ର ବ୍ୟବସ୍ଥା ନିଜ କଷ୍ଟମର ପାଇଁ କରିଛି । ଦିପାବଳୀ ଏବଂ ଧନତେରାସରେ ସୁନା ଏବଂ ରୁପା କିଣିଲେ ଏହା ଭାଗ୍ୟ ଏବଂ ସମୃଦ୍ଧି ଆଣେ ବୋଲି ବିଶ୍ୱାସଥିବାରୁ ଏହି ଅନନ୍ୟ ଅଫର ଖିମଜୀରେ କିଣାକିଣି କରିବାକୁ ଆଗ୍ରହୀ ଥିବା ଗ୍ରାହକମାନଙ୍କୁ ଖୁସି କରିଦେବ ବୋଲି ବିଶ୍ୱାସ କରାଯାଉଛି ।

ବର୍ତ୍ତମାନ ସ୍ୱର୍ଣ୍ଣଦର ଅଧିକଥିବା ବେଳେ ଏବଂ ଗ୍ରାହକମାନେ ସୁନା କିଣିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଦିପାବଳୀ ଏବଂ ଧନତେରାସକୁ ପାଳନ କରିବା ପାଇଁ ଖିମଜୀ ତରଫରୁ ଏକାଧିକ ଗହଣା ଉପରେ ୫.୪% ଫ୍ଲାଟ୍ ଛାଡ ଦେଉଛି । ସେହିପରି ହୀରା ଉପରେ
ଫ୍ଲାଟ୍ ୨୦% ଏବଂ ରୂପାଗହଣାର ଗଢା ମଜୁରୀ ୫୦% ଫ୍ଲାଟ୍ ଛାଡ ଦେଉଛି । ଏହାବାଦ ୯୯୯ ପରି ସ୍କିମରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ମୁଦ୍ରା
ସହିତ ବାୟ ବ୍ୟାକ୍ ଗ୍ୟାରେଂଟି ମଧ୍ୟ ଉପଲ୨ ଅଛି ।

ଧନତେରାସରୁ ଦୀପାବଳୀର ଆରମ୍ଭ ହୋଇଥାଏ । ଧନତେରାସ ଶବ୍ଦ ଦୁଇଟି ଶବ୍ଦର ମିଳନରୁ ଗଠିତ । ‘ଧନ୍’ ର ଅର୍ଥ ହେଉଛି ସମ୍ପତି ଆଉ “ତେରାସ” ର ଅର୍ଥ ହେଉଛି କାର୍ତ୍ତିକ ମାସର କୃ୩⁄୪ପକ୍ଷର ୧୩ତମ ଦିବସ । ଏହି ଧନର ପର୍ବରେ ବିଶ୍ୱର ଭଣ୍ଡାର ରକ୍ଷକ ମା’ ଲକ୍ଷ୍ମୀଙ୍କର ପୂଜା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ସୁନା, ଧାତୁ କିମ୍ବା ସେହିପରି କିଛି ମୂଲ୍ୟବାନ ଜିନିଷ ଏହି ଦିନ କିଣେ ସେତେବେଳେ ସେ ପ୍ରଭୂତଭାବେ ଲାଭବାନ ହୋଇଥାଏ କାରଣ ଏହା ମା ଲକ୍ଷ୍ମୀଙ୍କର ଆଗମନର କାରଣ ହୋଇଥାଏ । ଏଣୁ ଏହି ଦିପାବଳୀରେ ଖୁସି ଆଣିବାପାଇଁ ନିଜର ନିକଟତମ ବନ୍ଧୁବାନ୍ଧବମାନଙ୍କୁ ଖିମଜୀ ଗହଣା ଦେଇ ସେମାନଙ୍କର ମୁହଁରେ ଆଲୋକ ଆଣି ଦିଅନ୍ତୁ ।

Leave A Reply

Your email address will not be published.