କ’ଣ ସିଦ୍ଧାର୍ଥ-କିଆରା ମଧ୍ୟରେ ଆରମ୍ଭ ହୋଇଗଲାଣି କି ଫାଟ ?

0

ବଲିଉଡର ହଟ୍‌ ଏବଂ ଷ୍ଟାଇଲିସ୍‌ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଦୀର୍ଘ ଦିନ ଧରି ଉଭୟେ ନିଜ ରିଲେସନସିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ନିକଟରେ, ଏକ ସୂତ୍ରରୁ ଜଣାପଡ଼ିିଥିଲା ଯେ, ସିଦ୍ଧାର୍ଥ ଓ କିଆରାଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ଦୁହିଁଙ୍କୁ ନିକଟରେ ଅଲଗା ଅଲଗା ଦେଖିବାକୁ ମିଳିଥିଲା । ଏମିତି କି ଉଭୟଙ୍କ ମଧ୍ୟରେ ରହିଥିବା ସେହି କେମେଷ୍ଟ୍ରି ମଧ୍ୟ ଆଉ ଦେଖିବାକୁ ମିଳୁନଥିଲା । ଏସବୁ ମଧ୍ୟରେ ବର୍ତ୍ତମାନ ଉଭୟଙ୍କ ଚିଟ୍-ଚାଟ୍ ଭାଇରାଲ୍ ହେଉଛି ।

ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଟ୍ୟାଗ୍ କରି କିଆରା ଆଡଭାନୀ ଲେଖିଛନ୍ତି, “ତୁ କଥା ତ ବଡ ବଡ କରୁଥିଲୁ, କିନ୍ତୁ ତୁ ବି ନା ଆଉଟ୍‌ ଅଫ୍‌ ସାଇଟ୍‌, ଆଉଟ୍‌ ଅଫ୍‌ ମାଇଣ୍ଡ ପ୍ରକୃତିର ପୁଅ ବାହାରିଲୁ!” କିଆରାଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀରେ ଉତ୍ତର ଦେଇ ସିଦ୍ଧାର୍ଥ ମଲହୋତ୍ରା ଲେଖିଛନ୍ତି, “ଓଏ ସରଦାରନୀ, ମୋର ସବୁକିଛି ମନେ ଅଛି, ଭୁଲି ପାରିବି ନାହିଁ ।” ଏଥିରେ କିଆରା ଲେଖିଛନ୍ତି, “ତାହେଲେ ଠିକ ଅଛି ଏବେ ଡେଟ୍‌ ହେବ ! ଆମେ ଇନଷ୍ଟାଗ୍ରାମରେ ଆଜି 6ଟା ସମୟରେ ଲାଇଭ୍ ଭେଟିବା ।” ବାସ୍ତବରେ, ଏହା କୌଣସି ବ୍ୟକ୍ତିଗତ କଥାବାର୍ତ୍ତା ନୁହେଁ ବରଂ ଚଳଚ୍ଚିତ୍ରର ସଂଳାପ ଅଟେ । ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହା’ ଗୋଟିଏ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଦୁହେଁ ପୁଣି ଥରେ ଏହି ଚଳଚ୍ଚିତ୍ରର ସଫଳତାକୁ ସେଲିବ୍ରେଟ କରିଛନ୍ତି ।

ସିଦ୍ଧାର୍ଥ କିଆରାଙ୍କ ଶବ୍ଦରୁ ଏହା ସ୍ପଷ୍ଟ ଯେ ଆଜି ଚଳଚ୍ଚିତ୍ର ‘ଶେରଶାହା’କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଦୁହେଁ ନିଜ ପ୍ରଶଂସକଙ୍କ ସହ ଲାଇଭ୍ ଆସିବେ । ଉଲ୍ଲେଖନୀୟ ଯେ, ଶେରଶାହା ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ଯଦିଓ ସେମାନଙ୍କ ବ୍ରେକଅପ୍ ଖବର ମଧ୍ୟ ନିକଟରେ ଆସିଥିଲା, କିନ୍ତୁ ଖୁବ୍ ଶୀଘ୍ର ଏହି ଦମ୍ପତି ସେମାନଙ୍କ ପ୍ୟାଚ୍ଅପ୍ ଖବରରେ ସମସ୍ତଙ୍କୁ ଖୁସି କରିଥିଲେ । ବର୍ତ୍ତମାନ ସମସ୍ତ ପ୍ରଶଂସକ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

SOA post below
Leave a comment