ବିବାହ ପାଇଁ ମନା କରିବାରୁ କଲେ ଅପହରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଯୁବତୀ ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ଶାନ୍ତନୁ ବରାଡ଼ ଉକ୍ତ ଯୁବତୀଙ୍କର କରିଛି ଅପହରଣ। ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁରରେ। ଅଭିଯୁକ୍ତ ଶାନ୍ତନୁ କୁ ରଣପୁର ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁରର ଶାନ୍ତନୁ ବରାଡ଼ ଦୁଇବର୍ଷ ତଳୁ ସେହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ମାତ୍ର ଯୁବତୀ ଜଣକ ମନା କରିଦେବାରୁ ଶାନ୍ତନୁ ରାଗିଯାଇଥିଲା ଓ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। କଳେ ବଳେ କୌଶଳେ ଯୁବତୀ ଜଣକୁ ବିବାହ କରିବାକୁ ସେ ମନସ୍ଥ କରିସାରିଥିଲା। ଗତ ୨୮ ତାରିଖ ଦିନ ଯୁବତୀ ଜଣକ ବସ ରେ ଭୁବନେଶ୍ୱର ଯାଉଥିବାର ଶାନ୍ତନୁ ଜାଣିବାକୁ ପାଇଥିଲା। ବାସ ଏହି ସୁଯୋଗ କୁ ସେ ହାତଛଡା କରିବାକୁ ଚାହୁଁନଥିଲା। ଶାନ୍ତନୁ ତା’ର ୩ ସହଯୋଗୀଙ୍କ ସହ ମିଶି ଯୁବତୀ ଙ୍କୁ ଅପହରଣ କରି ପୁରୀ ନେଇ ଯାଇଥିଲେ ଓ ସେଠାରେ ତାଙ୍କୁ ବାହା ହେବାକୁ ବାଧ୍ୟ କରିଥିଲେ।
ତେବେ ଯୁବତୀ ଜଣକ କୌଶଳ କ୍ରମେ ନିଜ ଭାଇଙ୍କୁ ଫୋନ କରି ଏ ସଂପର୍କରେ ଜଣାଇଥିଲେ।  ଏହାପରେ ରଣପୁର ପୋଲିସ ଭୁବନେଶ୍ୱରର ଏକ ଘରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଶାନ୍ତନୁଙ୍କୁ ଗିରଫ କରିଛି।

Leave A Reply

Your email address will not be published.