କରୋନା ଲାଗି ମାସକୁ ୧୫ କୋଟି କ୍ଷତି ସହୁଛି କିମ୍ସ: ଅଚ୍ୟୁତ ସାମନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏପ୍ରିଲରୁ କିମ୍‌ସ ହସ୍ପିଟାଲ ପ୍ରତି ମାସରେ ୧୫ କୋଟି ଟଙ୍କା କ୍ଷତି ସହୁଛି। କୋଭିଡ୍‌-୧୯ ପୂର୍ବରୁ ହସ୍ପିଟାଲରୁ ମାସକୁ ୧୮ କୋଟି ଟଙ୍କାର ବ୍ୟବସାୟ ‌ହେଉଥିଲା। ସଂକ୍ରମଣ ଆରମ୍ଭ ହେବା ପରେ ସାଧାରଣ ଲୋକ ମେଡିକାଲକୁ ଆସିଲେ ନାହିଁ। ଏଥିପାଇଁ ପ୍ରତି ମାସରେ ମାତ୍ର ୩ କୋଟି ଟଙ୍କାର ବେପାର ହେଉଛି। କେବଳ ଯେ କିମ୍‌ସ ହସ୍ପିଟାଲ କ୍ଷତି ସହୁଛି, ତାହା ନୁହେଁ, ଓଡ଼ିଶାର ସମସ୍ତ ହସ୍ପିଟାଲ କ୍ଷତିରେ ଚାଲୁଛି। ଏମିତିକି ଦିଲ୍ଲୀର ନାମକରା କର୍ପୋରେଟ୍‌ ହସ୍ପିଟାଲ କ୍ଷତିରେ ଚାଲୁଥିବା ଜଣାପଡ଼ିଛି। ଯାହାକୁ ଭରଣା କରିବା ଏବେ ସମ୍ଭବପର ନୁହେଁ। ଅଷ୍ଟମ ଅଧିବେଶନରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସଙ୍କ ସହ ଆଲୋଚନା କରି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏପରି କହିଥିଲେ। ‌ସେ ଆହୁରି କହିଥିଲେ ଯେ ପ୍ରଥମେ କରୋନା ଚିକିତ୍ସାକୁ ନେଇ ସାରା ରାଜ୍ୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଜୁଲାଇ ଓ ଅଗଷ୍ଟରେ ପ୍ରବଳ ଚାପ ରହିଥିଲା। ତେବେ କିମ୍‌ସର ଡାକ୍ତର ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଲାଗି ୩ରୁ ୪ମାସ ହେଲା କୌଣସି ଅଭିଯୋଗ ଆସି ନାହିଁ। ନିଜର ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ବାଧ୍ୟବାଧକତାରେ କିଛି କରିନି। ୩୦ ବର୍ଷ ହେଲା ସାମାଜିକ ସେବା ଓ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛି। ଏହିଥିରୁ ହିଁ ଆନନ୍ଦ ପାଏ।

Leave A Reply

Your email address will not be published.