କିଙ୍ଗ ଚାଲର୍‌ସ ତୃତୀୟ ପିନ୍ଧିଲେ ବ୍ରିଟେନର ରାଜ୍ୟର ମୁକୁଟ

0

ରାଣୀ ଏଲିଜାବେଥଙ୍କ ପରେ ବ୍ରିଟେନ ଆନୁଷ୍ଠାନିକ ଭାବରେ ଏହାର ନୂତନ ରାଜା ପାଇଛି। ଶନିବାର ସେଣ୍ଟ ଜେମ୍ସ ପ୍ୟାଲେସରେ ଆକ୍ସେସନ କାଉନସିଲର ଏକ ବୈଠକରେ ପ୍ରାଇଭୀ କାଉନସିଲ ଦ୍ୱାରା କିଙ୍ଗ ଚାଲର୍‌ସ ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା ଭାବରେ ଘୋଷଣା କରାଯାଇଥିଲା।

ଏହି ଅବସରରେ କିଙ୍ଗ ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବା ପାଇଁ ଏକ ଐତିହାସିକ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ନୂତନ ସମ୍ରାଟଙ୍କ ସହିତ ଜଡିତ ସମସ୍ତ ଔପଚାରିକତା ସମ୍ପନ୍ନ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଣୀ କାମିଲା, ପ୍ରିନ୍ସ ଅଫ ୱେଲ୍ସ ୱିଲିୟମ, ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମଧ୍ୟ ଉପସ୍ଥିତ ଥିଲେ।

ପ୍ରିନ୍ସ ଚାଲର୍‌ସଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଚାଲର୍‌ସ ଫିଲିପ ଆଥର୍ର୍‌ ଜର୍ଜ, ପ୍ରିନ୍ସ ଫିଲିପ ଏବଂ ଏଲିଜାବେଥ ଦ୍ୱିତୀୟଙ୍କର ସେ ଜ୍ୟେଷ୍ଠ ପୁତ୍ର। ଚାଲର୍‌ସ ୧୪ ନଭେମ୍ବର ୧୯୪୮ ରେ ବକିଙ୍ଗହମ ପ୍ୟାଲେସରେ ଜନ୍ମଗ୍ରହଣ କରିଥିଲେ। ଚାଲର୍‌ସ ୨୯ ଜୁଲାଇ୧୯୮୧ ରେ ଲେଡି ଡାଏନା ସ୍ପେନ୍ସରଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଦୁଇ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ୱିଲିୟମ ଏବଂ ହ୍ୟାରି।

SOA post below
Leave a comment