ବିଏମସିର ନିୟମକୁ ଆଖିଠାର; ଭାଙ୍ଗିଲା କିଶୋର ଭାଇନାଙ୍କ ହୋଟେଲ, ଦେଖନ୍ତୁ ଭିଡିଓ

ବିଏମସିର ନିୟମକୁ ଅବମାନନା କରିବା ଫଳରେ ଆଜି ପରିଶେଷରେ ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲକୁ ଭାଙ୍ଗିଦିଆଯାଇଛି । ଆଜି ସକାଳୁ ଅତର୍କିତ ଭାବେ ବିଏମସି ବିଡ଼ିଓର ମିଳିତ ସ୍କ୍ୱାଡ଼ ହୋଟେଲ ଉପରେ ଚଢ଼ାଉ କରିଥିଲେ । ତେବେ ବେଆଇନ ଭାବେ ମଟନ ହୋଟେଲ ତିଆରି କରାଯାଇଥିରୁ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ବୁଲଡୋଜର ଲଗାଇ ହୋଟେଲକୁ ଭାଙ୍ଗିଛି ବିଏମସି।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ବିଏମସି ପକ୍ଷରୁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ପ୍ରସିଦ୍ଧ କିଶୋର ଭାଇନାଙ୍କ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ତେବେ ନିମ୍ନ ମନର ଖାଦ୍ୟ, ସ୍ୱଚ୍ଛତା ଖରାପ, ଖାଦ୍ୟରେ କଲର ମିଶାଇବା ଓ ବସି କଙ୍କଡା ଗ୍ରାହକଙ୍କୁ ପରସା ଯାଉଥିବା ଯୋଗୁ ତାଙ୍କ ହୋଟେଲକୁ ସିଲ କାରୋବା ସହ ରେଜିଷ୍ଟ୍ରେସନକୁ କ୍ୟାନସଲ କରାଯାଇଥିଲା । ଏହାପରଦିନ ଅର୍ଥାତ ଗୁରୁବାର ଦିନ କିଶୋର ଭାଇନା ବିଏମସିର ନିୟମକୁ ଅବମାନନା କରି ପୁଣିଥରେ ଦୋକାନ ଖୋଲିଥିଲେ । ତେବେ ଆଜି ପୁନର୍ବାର ବିଏମସି ପକ୍ଷରୁ ଚଢ଼ାଉ କରି ଏଭଳି ନିଷ୍ପତି ନିଆଯାଇଛି ।