ମୁଁ ମୁମ୍ବାଇ ଯିବି, କାହା ବାପାର ସାହସ ଅଛି ତ ଅଟକାନ୍ତୁ: କଙ୍ଗନା ରାଣାୱତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁତ ଲୋକ ମୁମ୍ବାଇ ନଫେରିବା ପାଇଁ ମୋତେ ଧମକ ଦେଉଛନ୍ତି। ତେଣୁ ମୁଁ ଆସନ୍ତା ୯ତାରିଖରେ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବି ସେତେବେଳେ ପୋଷ୍ଟ କରିବି। କାହା ବାପାର ସାହସ ଅଛି ତ ମୋତେ ଅଟକଋଇ କି ଦେଖାଉ ବୋଲି ଶୁକ୍ରବାର ଟ୍ୱିଟ୍ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନାଙ୍କ ଏହି ଟ୍ୱିଟ୍ ୟୁଜରଙ୍କ ଦ୍ୱାରା ଭାଇରାଲ୍ ହେବାରେ ଲାଗିଛି ଏବଂ ଅନେକ ଲୋକ ତାଙ୍କ ପକ୍ଷରେ କମେଣ୍ଟ ଦେଉଥିବାର ଦେଖାଯାଇଛି। ଏପରିକି ବିଜେପି ନେତା ପରବେସ ସାହିବ୍ ସିଂ କହିଛନ୍ତି କଙ୍ଗନାଙ୍କ ଟ୍ୱିଟ୍ରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, ମୁମ୍ବାଇ କାହା ବାପାର ନୁହେଁ। ସୂଚନାଯୋଗ୍ୟ, ମୁମ୍ବାଇରେ ଡ୍ରଗ ଲିଙ୍କ୍ ଥିବା ସହ ପୁଲିସ ଏହାର କୌଣସି ତଦନ୍ତ କରୁନାହିଁ ବୋଲି କଙ୍ଗନା ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ସୁରକ୍ଷା ଯୋଗାଇଲେ ସେ ତଦନ୍ତରେ ସାହାଯ୍ୟ କରିବେ ବୋଲି ମଧ୍ୟ ଟ୍ୱିଟ୍ କରି କହିଥିଲେ। ଏହା ପରେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଫେରିବାକୁ ଖୋଲା ଧମକ ଦେଉଥିବା କଙ୍ଗନା ଅଭିଯୋଗ କରିବା ସହ ପ୍ରତିକ୍ରିୟା ମଧ୍ୟ ରଖିଥିଲେ। ସଞ୍ଜୟ ରାଉତଙ୍କ ଧମକ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ମନେହେଉଛି ବୋଲି କଙ୍ଗନା ଗୁରୁବାର ଟ୍ୱିଟ୍ କରି ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.