ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

0

ଆସନ୍ତା ସ୍ୱାଧୀନତା ଦିବସରେ ବିଭିନ୍ନ ଜିଲ୍ଲା ଓ ସଦର ମହକୁମାରେ ପତାକା ଉତ୍ତୋଳନ ପାଇଁ ମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି । ରାଜ୍ୟ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀରେ ପତାକା ଉତ୍ତୋଳନ କରିବେ ।

ସେହିପରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦୁଝର, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ନୟାଗଡ଼ା, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଟକ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୁନ୍ଦରଗଡ଼, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୟୁରଭଞ୍ଜ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବରଗଡ଼, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବାଲେଶ୍ୱର, ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଗଞ୍ଜାମ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କଳାହାଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନାଗିରିରେ ପତାକା ଉତ୍ତୋଳନ କରିବେ ।

ସେହିପରି ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ସମ୍ବଲପୁର, ପୂର୍ତ୍ତବିଭାଗ ମନ୍ତ୍ରୀ ସ୍ମୃତି ରଞ୍ଜନ ଘଡ଼ାଇ କୋରାପୁଟ, ଶ୍ରମ ମନ୍ତ୍ରୀ ଶ୍ରକାନ୍ତ ସାହୁ ଗଜପତି, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଖୋର୍ଦ୍ଧା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୋନପୁର, ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ନୂଆପଡ଼ା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଅନୁଗୋଳରେ ପତାକା ଉତ୍ତୋଳନ କରିବେ । ଅନୁରୂପ ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ରାଉରକେଲା, ଭଦ୍ରକ ଜିଲ୍ଲାପାଳ ଭଦ୍ରକ, ବୌଦ୍ଧ ଜିଲ୍ଲାପାଳ ବୌଦ୍ଧ, ଦେଓଗଡ଼ ଜିଲ୍ଲାପାଳ ଦେଓଗଡ଼, ଜଗତସିଂହପୁର ଜିଲ୍ଲାପାଳ ଜଗତସିଂହପୁର, ଯାଜପୁର ଜିଲ୍ଲାପାଳ ଯାଜପୁର, ଝାରସୁଗୁଡ଼ା ଜିଲ୍ଲାପାଳ ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାପାଳ କେନ୍ଦ୍ରାପଡ଼ା, ନବରଙ୍ଗପୁର ଜିଲ୍ଲାପାଳ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାପାଳ ରାୟଗଡ଼ା ସଦର ମହକୁମା ଠାରେ ପତାକା ଉତ୍ତୋଳନ କରିବେ ।

SOA post below
Leave a comment