୭୫ କିମି ସାଇକେଲ ଯାତ୍ରା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପରୀକ୍ଷାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁହ।ଯାଏ ଦୃଢ ପ୍ରତିଜ୍ଞା ନେଲେ ସଫଳତା ପାଦ ଛୁଇଁବ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ୧୯ ବର୍ଷୀୟ ଛାତ୍ର ଦିଗନ୍ତ ମଣ୍ଡଳ। ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଦିଗନ୍ତ ୭୫ କିିମ ବାଟ ସାଇକ୍ଲିଂ କରିଛନ୍ତି। କେବଳ ସେ ଏକା ନୁହନ୍ତି ସାଥିରେ ଥିଲେ ତାଙ୍କ ବାପା ମଧ୍ୟ। ଅର୍ଥାତ୍ ତାଙ୍କ ବାପା ମଧ୍ୟ ସେତିକି ବାଟ ସାଇକ୍ଲିଂ କରିଛନ୍ତି। କୋଲକାତାର ସୁନ୍ଦରବନର ଗୋସବାରୁ ସୁବରବ ସହରରେ ପହଞ୍ଚିବା ପାଇଁ ବାପ-ପୁଅ ୬ ଘଣ୍ଟାକାଳ ସାଇକ୍ଲିଂ କରିଛନ୍ତି। ବୁଧବାର ସକାଳୁ ସେ ସାଇକେଲ ଚଳାଇଥିଲେ।

ଦିଗନ୍ତ ମଣ୍ଡଳଙ୍କ ବାପା ରବି ଜଣେ ବଢ଼େଇ। ପ୍ରଥମେ ମଙ୍ଗଳବାର ସକାଳ ୬ଟାରୁ ବାପ ପୁଅ ଦୁହେଁ ସାଇକେଲରେ ବହାରିଥିଲେ। ଏହାପରେ ବିଦ୍ୟାଧରୀ ନଦୀକୁ ସେମାନେ ଡଙ୍ଗାରେ ପାର୍ କଲେ। ସେଇଠୁ ସେମାନେ ୪ ଘଣ୍ଟା ସାଇକ୍ଲିଂ କରି ସମ୍ପର୍କୀୟ ପିଅାଲି ଗାଁରେ ପହଞ୍ଚିଲେ। ସେଠାରେ ଗୋଟିଏ ରାତି ବିଶ୍ରାମ ନେଇ ବୁଧବାର ସକାଳେ ରବି ସାଇକେଲ ଚଳାଇଥିଲେ। ବାପା ସାଇକେଲ୍ ଚଳାଇବା ବେଳେ ପୁଅ ପଛରେ ବସି ବାଟ ଯାକ ପଢ଼ି ପଢ଼ି ଗଲେ। ଦୁହେଁ ସକାଳ ୯ଟା ସୁଦ୍ଧା ପହଞ୍ଚିଲେ ସୋନପୁରରେ। ସେଠାରେ ସାଇକେଲ ରଖି ଅଟୋରେ ଗାରିଅା ପର୍ଯ୍ୟନ୍ତ ଗଲେ। ସେଠାରୁ ଦୁଇଟି ବସ୍ ବଦଳାଇ ସଲ୍ଟ ଲେକ୍ ସେକ୍ଟର ଭି ପରୀକ୍ଷା କେନ୍ଦ୍ରରେ ୧୧ଟା ସୁଦ୍ଧା ପହଞ୍ଚିଲେ। ପରୀକ୍ଷା ୩ଟାରେ ଆରମ୍ଭ ହେବାର ଥିଲା।

Leave A Reply

Your email address will not be published.