କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ସଞ୍ଜୟ ଦାସବର୍ମାଙ୍କ ଦ୍ୱାରା ଉଦଘାଟିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ପର୍ଯ୍ୟଟନ ବିଭାଗପକ୍ଷରୁ ଆୟୋଜିତ ୩୧ ତମ କୋଣାର୍କ ମହୋତ୍ସବ – ୨୦୨୦, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖ ପ୍ରଦୀପ ପ୍ରଜ୍ଜୋଳନ କରି ୪ର୍ଥ ସନ୍ଧ୍ୟାର ଉଦଘାଟନ କରିଥିଲେ ।

ଆଜି ୪ର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀର ନିଖୁଣ ଉପସ୍ଥାପନାରେ ନୃତ୍ୟମୁଖର ହୋଇଥିବା ବେଳେ ଚନ୍ଦ୍ରଭାଗର ବେଳାଭୂମିରେ ବାଲୁକାକଳା ସଚେତନତାର ବାର୍ତ୍ତା ଦେଇଥିଲା । ସୁସଜ୍ଜିତ ତରୋଣ ଓ ଆକର୍ଷଣୀୟ ଆଲୋକ ବର୍ଣ୍ଣାଢ୍ୟ ପରିବେଶଷର ମୁକ୍ତାକାଶ ରଙ୍ଗମଞ୍ଚ ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପ୍ରମୁଖ ବନ ସଂରକ୍ଷକ ସନ୍ଦିପ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.