କରୋନା ମୁକାବିଲା :କୋଭିଡ ହସ୍ପିଟାଲ ଶଯ୍ୟା ୧୦ହଜାରକୁ ବଢିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ ହସ୍ପିଟାଲ ଶଯ୍ୟା ୧୦ହଜାରକୁ ବଢିବ । ରାଜ୍ୟରେ କୋଭିଡ ହସ୍ପିଟାଲ ଶଯ୍ୟା ସଂଖ୍ୟା ୧୦ହଜାରକୁ ବୃଦ୍ଧି କରାଯିବା । ବର୍ତମାନ ଏହା ୬ହଜାର ରହିଛି । ଗୁରୁବାର ବସିଥିବା ସପ୍ତମ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ପାନୀୟଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତା ଜେନା ।

ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତମାନ ଦୈନିକ ହାରାହାରି ୪୫୦୦ ଟି ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ୧୫ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଏହି
ପରୀକ୍ଷା ସଂଖ୍ୟା ବୃଦ୍ଧି ଲାଗି କିଭଳି ଆନୁଷଙ୍ଗିକ ଯନ୍ତ୍ରପାତି ଖରିଦ ସହିତ ତାହା ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।
ରାଜ୍ୟର ୪ଟି ନୂଆ ମେଡିକାଲ କଲେଜରଗ୍ଧ ଯଥା କୋରାପୁଟ, ବଲାଙ୍ଗିର, ବାରିଦା ଓ ବାଲେଶ୍ୱର ଠାରେ ନମୂନା ରୀକ୍ଷା ଲାଗି ପଦକ୍ଷେ ନିଅ।।ଉଛି । ଚଳିତମାସ ଶେଷ ସୁଦ୍ଧା ଏଠାରେ ପରୀକ୍ଷା ଆରମ୍ଭ ସମ୍ଭାବନା ଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ସେହିଭଳି ଘରୋଇ ଡାକ୍ତରଖାନା ଗୁଡିକରେ କରୋନା ପରୀକ୍ଷା ପାଇଁ ଟେଣ୍ଡର ଜାରି ହୋଇଥିବାବେଳେ କେତେକ ଡାକ୍ତରଖାନା ଏଥିରେ ଭାଗ ନେଇଛନ୍ତି । ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଖୁବଶୀଘ୍ର ଏହା ଚୂଡାନ୍ତ ହେବ ।

ବର୍ତମାନ କେଉଁସବୁ ବ୍ଲକରେ ଅଧିକ ସଂଖ୍ୟାରେ ପ୍ରବାସୀ ପହଂଚିବାରେ ଲାଗିଛନ୍ତି ସେଠାରେ କ୍ୱାରେନଟାଇନ କେନ୍ଦ୍ରରେ ଶଯ୍ୟା ବୃଦ୍ଧି ଲାଗି ପଦକ୍ଷେପ ନିଅ।।ଉଛି । ତେବେ ନୂଆ ମାର୍ଗଦର୍ଶିକା ଅନୁାୟୀ କ୍ୱାରେନଟାଇନ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ଲୋକଙ୍କ ଯା ଆସ ଉପରେ କଟକଣା ଲଗାଯାଇଛି । ଲୋକଙ୍କୁ ଅଧିକ ସଚେତନ କରିବ। ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି । ବିଶେଷକରି ସମସ୍ତେ ଯେଭଳି ମାସ୍କ ପିନ୍ଧିବେ ଓ ବାହାରେ ଅଧିକ ସଂଖ୍ୟାରେ ବୁଲାବୁଲି ନକରିବେ ତାହା ଉରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.