କୃଷକ ସଂଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ କେନ୍ଦ୍ର କୃଷିମନ୍ତ୍ରୀ, ରାଜନୀତି ନକରିବାକୁ ଚେତାବନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସଂସଦରେ ପାରିତ ହୋଇଥିବା ଆଇନ ବିରୋଧ କରୁଥିବା କୃଷକମାନଙ୍କ ସହିତ ସେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିସହିତ କୃଷକଙ୍କ ନାମରେ ରାଜନୀତି ନକରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।
ନରେନ୍ଦ୍ର ସିଂ ତୋମାର ଶନିବାର କହିଛନ୍ତି ଯେ ସରକାର କୃଷକ ସଂଗଠନ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି, ଯାହା ଦ୍ବାରା ସେମାନଙ୍କର ସମସ୍ୟାର ସମାଧାନ ହୋଇପାରିବ। ଡିସେମ୍ବର ୨ରେ ଆଲୋଚନା ପାଇଁ କୃଷକ ସଂଗଠନକୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି। ବିରୋଧୀ ଦଳମାନଙ୍କୁ କୃଷକଙ୍କ ନାମରେ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ।
କେନ୍ଦ୍ର ସରକାର କହିଛନ୍ତି ଯେ କୃଷକମାନଙ୍କୁ ସରକାରଙ୍କ ଉପରେ ବିଶ୍ୱାସ ରଖିବାକୁ ଅନୁରୋଧ କରାଯାଇଛି। ସରକାର ପ୍ରତ୍ୟେକ ପ୍ରସଙ୍ଗରେ କୃଷକଙ୍କ ସହ ଆଲୋଚନା କରିବାକୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଦିଗରେ ଗତି କରୁଛନ୍ତି।

Leave A Reply

Your email address will not be published.