ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଆଖାଇ ନଦୀପଠାରୁ ମିଳିଥିବା ଅଧାପୋଡା ଶବର ରହସ୍ୟ ଖୋଲୁନି। ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ହତ୍ୟାକରୀ କିଏ ତାହା ଜଣାପଡ଼ିନାହିଁ। ପୋଲିସ ଭାଇରାଲ୍ ଭଡିଓ ଲିଙ୍କକୁ ନେଇ ତଦନ୍ତ କରୁଛି। ଏହି ତଦନ୍ତ ବେଳେ ଅନେକ ଗୁଡିଏ କାଗଜ ପୋଲିସର ହସ୍ତଗତ ହୋଇଛି। ଯେଉଁଥିରେ ଉନ୍ମୟ ମାନସିକ ଚାପରେ ଥିବା ଜଣାପଡିଛି।ଅନ୍ୟପଟେ ସନ୍ଦେହ ଘେରରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏବଂ ଉନ୍ମୟଙ୍କ ଭାଇଙ୍କୁ ତିନିଦିନ ଧରି ଲଗାତାର ଜେରା କରି ପୋଲିସ ଆଜି ତାଙ୍କୁ ଛାଡ଼ି ଦେଇଛି। ସେମାନଙ୍କୁ ଓଡିଶା ବାହାରକୁ ଯିବାକୁ ମନାକରାଯିବା ସହ ଦରକାର ପଡ଼ିଲେ ପୁଣି ଥରେ ଡାକିପରେ ପୋଲିସ।
ତେବେ ତାଙ୍କ ମୃତ୍ୟୁ ରହସ୍ୟମୟ ହୋଇଥିଲା ବେଳେ ପୋଲିସର ତଦନ୍ତର ଦିଗ ବଦଳିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଡାକ୍ତରି ରିପୋର୍ଟ ଓ ପୋଲିସ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଯଦି ଏହା ପ୍ରମାଣିତ ହୁଅ ତେବେ ଇତିହାସରେ ଏହା ବିରଳ ଘଟଣା ହେବ।
ପୋଲିସ ସୂଚନା ଅନୁଯାଇ,ଭାଇରାଲ୍ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସାଙ୍ଗ ଫୋନ ନମ୍ବର ନେଇ ଉନ୍ମୟ ପାଢ଼ୀ ଏକ ହ୍ୱାଟ୍ସଆପ୍ ଗ୍ରୁପ କରିଥିଲେ । ସେହି ଗ୍ରୁପ ଜରିଆରେ ନିଜର ଭିଡିଓକୁ ଭାଇରାଲ କରିଥିଲେ । ଏପରିକି ସେସବୁ ଭିଡିଓକୁ ଅନେକ ପର୍ଣ୍ଣ ସାଇଟ୍ରେ ଅପ୍ଲୋଡ୍ କରାଯାଇଥିବା ଜେରାବେଳେ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ପୋଲିସକୁ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ରିପୋର୍ଟକୁ ନେଇ ପୋଲିସ ଦ୍ଵନ୍ଦରେ ପଡିଛି। ତଦନ୍ତବେଳେ ମିଳିଥିବା ପ୍ରମାଣରେ ସାମଞ୍ଜସ୍ୟତା ରହୁନଥିବାରୁ ଆଜି ଏକ ଡାକ୍ତରୀଟିମ ଓ ପୋଲିସ ମିଶି ରିପୋର୍ଟର ତର୍ଜମା କରିଛନ୍ତି।