ଅଭିନୟ ପରେ ଏବେ ନିର୍ଦ୍ଦେଶନା ଦେବେ କୁନାଲ

0

ଅଭିନୟ କରି ସମସ୍ତଙ୍କ ମନ କିଣିବା ପରେ ଏବେ ନିର୍ଦ୍ଦେଶନା ଆଡକୁ ମୁଁହାଇଲେଣି ବଲିଉଡ ଅଭିନେତା କୁନାଲ ଖେମୁ । ତେବେ ଏ ନେଇ ସେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି ।

ତେବେ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ନାମ ‘ମାଡ଼ଗାଓଁ ଏକ୍ସପ୍ରେସ’ । ଗଣେଷ ପୂଜାର ଶୁଭ ଅବସରରେ ସେ ନିଜ ପ୍ରଶଂସକ ଓ ସିନେବନ୍ଧୁ ମାନଙ୍କୁ ଏ ବିଷୟରେ ଜଣାଇଛନ୍ତି । ନିର୍ଦ୍ଦେଶନା ଦେବାକୁ ସେ ବହୁ ଆଗରୁ ଚାହୁଁଥିଲେ । ହେଲେ ଅଭିନୟରୁ ଫୁରସତ ମିଳୁନଥିଲା । ସତ ଘଟଣା ଆଧାରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦିଆ ମିର୍ଜା ଅଭିନୟ କରିବେ ବୋଲି ଶୁଣାଯାଇଛି ।

SOA post below
Leave a comment