ଶୋଇବା ଆଗରୁ ଚୁପ କରି ଖାଇ ଦିଅନ୍ତୁ ଦୁଇଟି ଲବଂଗ ଓ ଦେଖନ୍ତୁ ଚମତ୍କାର

0

ଲବଙ୍ଗ କୁ ଆମେ ପ୍ରତ୍ୟେକ ଦିନ ରୋଷେଇ ରେ ବ୍ୟବହାର କରିଥାଉ ମସଲା ଭାବରେ, ଲବଙ୍ଗ ର ବ୍ୟବହାର ଖାଦ୍ୟ କୁ ଅଧିକ ସ୍ୱାଦିଷ୍ଟ କରିଦେଇଥାଏ ବିଶେଷ କରି ଆମେ ଏହାକୁ ତରକାରୀ ରୋଷେଇ କଲା ବେଳକୁ ବ୍ୟବହାର କରିଥାଉ !ଲବଙ୍ଗ ଏକ ଆୟୁର୍ବେଦ ଔଷଧ !ଲବଙ୍ଗ ର ବହୁତ ଔଷଧିୟ ଗୁଣ ଅଛି ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ହେବା ସହ ଆବଶକ୍ୟ ମଧ୍ୟ !
ଆସନ୍ତୁ ଆଜି ଆମେ ଆଲୋଚନା କରିବା ଲବଙ୍ଗ ର ଔଷଧିୟ ଗୁଣ ର କିଛି ଉପାଦେୟ କଥା ବିଷୟରେ –

1-ଦାନ୍ତ ବିନ୍ଧା -ଆପଣଙ୍କୁ ଦାନ୍ତ ବିନ୍ଧା ର ଅସୁବିଧା ହେଉଥିଲେ ଆପଣ ଦୁଇଟି ଲବଙ୍ଗ କୁ ପାଟିରେ ଚାପିଲେ କିମ୍ବା ଲବଙ୍ଗ ତେଲ କୁ ବିନ୍ଧୁ ଥିବା ଦାନ୍ତ ରେ ଲଗେଇଲେ ଶୀଘ୍ର ଦାନ୍ତ ବିନ୍ଧା ରୁ ଉପଶମ ମିଳିବ !ଏଇଥି ପାଇଁ ଅଧିକାଂଶ ଆୟୁର୍ବେଦିକ ଟୂଥପେଷ୍ଟ ରେ ଲବଙ୍ଗ ର ବ୍ୟବହାର କରାଯାଇଥାଏ 2 – ଗ୍ୟାସ ଏବଂ ଏସିଡିଟି -ଆପଣ ଗ୍ୟାସ ଏବଂ ଏସିଡ଼ିଟି ଅସୁବିଧା ର ସମ୍ମୁଖୀନ ହେଉଥିଲେ, ଦୁଇ ତିନଟି ଲବଙ୍ଗ କୁ ଗୁଣ୍ଡ କରି ତାକୁ ଅଧିକା ପାଣି ରେ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଶୀଘ୍ର ଉପଶମ ମିଳିଥାଏ !
3 – ହେକୁଟି – ହେକୁଟି ବନ୍ଦ ହେଉନଥିଲେ ଦୁଇଟି ଲବଙ୍ଗ କୁ ପାଟିରେ ପକେଇ ଚୁଷିଲେ ଶୀଘ୍ର ବନ୍ଦ ହୋଇଯାଏ !

4 – ପାଟି ଦୁର୍ଗନ୍ଧ – ଲବଙ୍ଗ ଖାଇବା ଦ୍ୱାରା ପାଟି ଦୁର୍ଗନ୍ଧ ହୋଇ ନଥାଏ, ଏହା ସହ ଲବଙ୍ଗ ରେ ଆଣ୍ଟିମାଇକ୍ରୋବାଏଲ ଗୁଣ ଯୋଗୁ ମାଢି ସଂକ୍ରମଣ ରୁ ରକ୍ଷା କରେ !
5 – କ୍ୟାନ୍ସର – ଲବଙ୍ଗ କ୍ୟାନ୍ସର କୁ ରୋକିବାର କ୍ଷମତା ଅଛି ବୋଲି ରିସର୍ଚ୍ଚ ରୁ ଜଣାଯାଇଛି !ତେଣୁ କ୍ୟାନ୍ସର ରୋଗୀଙ୍କୁ ଲବଙ୍ଗ ସେବନ ଲାଭ ଦାୟକ ଅଟେ !
6 – ଡାଇବେଟିସ – ଡାଇବେଟିସ କୁ ନିୟନ୍ତ୍ରଣ କରିଥାଏ ଲବଙ୍ଗ !
7 – ଆଣ୍ଠୁ ଗଣ୍ଠି ବିନ୍ଧା -ଲବଙ୍ଗ ର ସେବନ ଓ ଗୁଣ୍ଡ କୁ ବିନ୍ଧା ସ୍ଥାନ ରେ ଲଗେଇଲେ ଉପଶମ ମିଳିଥାଏ !

8 – ଥଣ୍ଡା ଓ କାଶ – ପାଞ୍ଚ ଟି ଲବଙ୍ଗ, ପାଞ୍ଚ ଟି ଗୋଲ ମରିଚ କୁ ଅଳ୍ପ ଜୁଆଣି କୁ ମିଶାଇ ଗୁଣ୍ଡ କରି ମହୁ ସହିତ ସେବନ କରିବା ଦ୍ୱାରା ଥଣ୍ଡା କାଶ ରୁ ଉପଶମ ମିଳେ !
9 – ବ୍ରଣ ସମସ୍ୟା – ବ୍ୟବହାର କରୁଥିବା ଫେସପ୍ୟାକ ରେ ଅଳ୍ପ ଲବଙ୍ଗ ଗୁଣ୍ଡ ମିଶେଇ ବ୍ୟବହାର କଲେ ବ୍ରଣ ସମସ୍ୟା ଦୂର ହୁଏ !
10 – ହାଡ଼ ମଜବୁତ କରେ -ଲବଙ୍ଗ ର ବ୍ୟବହାର ହାଡ଼ କୁ ମଜବୁତ କରିଥାଏ !

bjd
Sikshaya
ruchi

Leave A Reply

Your email address will not be published.