ଛାତରୁ ପଡି ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ନାଲକୋ ପ୍ଲାଣ୍ଟରେ ଛାତରୁ ପଡି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଅକ୍ଷୟ ଦେହୁରୀ ବୋଲି ଜଣାପଡ଼ିଛି। ସେ ତୁଳସୀପାଳ ଗାଁରେ ବୋଲି ସୂଚନା ରହିଛି।
ଖବର ଅନୁଯାୟୀ,ସେ ପ୍ଲାଣ୍ଟ ଭିତରେ ସିଟ ଛପର କରୁଥିବା ସମୟରେ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ କମ୍ପାନୀରେ କାମ କରୁଥିଲେ। କ୍ଷତିପୂରଣ ଏବଂ ସୁରକ୍ଷା ଦାବି କରି ସହଯୋଗୀମାନେ ଶବ ବାହାରକୁ ଛାଡୁନାହାନ୍ତି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବରପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଛି।

Leave A Reply

Your email address will not be published.