ବଲାଙ୍ଗୀରରେ ବିଜେଡି ଦେବ ମହିଳା ଲୋକସଭା ପ୍ରାର୍ଥୀ, ପଢନ୍ତୁ କିଏ ହେବେ ପ୍ରାର୍ଥୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ସମୟରେ ବିଜେଡିକୁ ଜିତେଇବା ପାଇଁ ଦଳର ସମସ୍ତ କର୍ମୀ ଚେଷ୍ଟା କରୁଥିଲେ । ସେ ସମୟରେ ଜଣେ ନେତ୍ରୀ ରିତା ସାହୁଙ୍କ ସାଙ୍ଗରେ ରହି ତାଙ୍କର ସବୁକଥା ବୁଝିବା ସହିତ ନିର୍ବାଚନ ମଣ୍ଡଳୀରେ ତାଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୁଝୁଥିଲେ । ଏବଂ ସୂଚାରୁ ରୂପେ ସରିତାଙ୍କର ଯତ୍ନ ନେବା ସହ ନିର୍ବାଚନ ମଣ୍ଡଳୀର ପ୍ରତିଟି ମୁହୂର୍ତ୍ତରେ ରିତାଙ୍କ ପାଖ ଛାଡି ନଥିଲେ । ଏହାର ଠିକ ବର୍ଷକ ପରେ ରାଜ୍ୟ ସରକାର କରିଥିବା ବିଭିନ୍ନ ମିଶସ ଶକ୍ତି ସମାବେଶରେ ଜଣେ ମହିଳାଙ୍କୁ ପ୍ରମୁଖ ଭୂମିକା ନେଇଥିବା ଦେଖାଯାଇଥିଲା । ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର । ସେହି ଶ୍ରୀମୟୀ ମିଶ୍ରଙ୍କ ପାରଦର୍ଶିତା ଓ ଦକ୍ଷତାରେ ଉଦ୍ଭାସିତ ହୋଇ ତାଙ୍କୁ ଦିଲ୍ଲୀ ପଠାଇବାର ଯୋଜନା କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଥିପାଇଁ କିଛି ଦିନ ପୂର୍ବରୁ ଏ.ୟୁ ସିଂଦେଓଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା । ସେଠାରେ ଏ.ୟୁ ସିଂଦେଓଙ୍କୁ ଟିକେଟ ପାଇଁ ମନା କରାଯାଇଥିବା ସୂଚନା ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, କଳିକେଶ ବିଧାୟକ ହୋଇ ମନ୍ତ୍ରୀ ହେବାକୁ ଅଧିକ ଆଶାୟୀ । ତେଣୁ କରି ଖାଲି ହେଉଥିବା ବଲାଙ୍ଗୀର ସିଟରେ ଶ୍ରୀମୟୀଙ୍କୁ ଲୋକସଭା ପଠାଯାଇପରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.