ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମହିଳା ସବଇନ୍ସପେକ୍ଟରକୁ ପ୍ରେମ କରି ଜଣେ ଯୁବକ ଜେଲ ଯାଇଛି। ଖାରବେଳ ନଗର ପୋଲିସ ଅଭିଯୁକ୍ତ ଆଶିଷ ଜେନାକୁ ଗିରଫ କରିଛି। ତା ବିରୁଦ୍ଧରେ 63/18ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି। ଏହି ଘଟଣା ପରେ ସଂପୃକ ପୋଲିସ ଜଣକ ଛୁଟିରେ ଯାଉଥିବା ଜଣାପଡିଛି। ସେହିପରି ଘଟଣା କୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଛି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ। ଟ୍ରେନିଂ ସାରି ମହିଳା ପୋଲିସ ଜଣଙ୍କ ଏବେ ନୂତନ ଭାବରେ ରାଜଧାନୀର ଏକ ପ୍ରମୁଖ ଥାନରେ ନିଯୁକ୍ତି ହୋଇଥିଲେ। ଯାହା ଶୁଣିବାକୁ ମିଳୁଛି ଯେ ଟ୍ରେନିଂ ସମୟରୁ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। କିନ୍ତୁ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ସୃଷ୍ଟି ହୋଇଥିଲା। କିଛିଦିନ ତଳେ ଏହା ଉଗ୍ର ରୂପ ଧାରଣ କରିଥଲା। ଉକ୍ତ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ଦେଇଥିବା ଉପହାର ଏବଂ ଟଙ୍କା ଫେରାଇବାକୁ ଦାବି କରିଥିଲେ।ପରିସ୍ଥିତି ଏପରି ହୋଇଥିଲା ଯେ ଯୁବକ ଜଣକ ମହିଳା ପୋଲିସଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ। ଏନେଇ ସେ ଖାରବେଳନଗର ଥାନା ରେ ଏତଲା ଦେବାପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା।