ପୋଲିସ କୁ ପ୍ରେମ କରି ଫସିଲେ ଯୁବକ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମହିଳା ସବଇନ୍ସପେକ୍ଟରକୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ। ମାତ୍ର କୌଣସି ମତାନ୍ତରକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ଵୃଦ୍ଧି ପାଇଥିଲା।ମହିଳା ପୋଲିସ ଜଣକ ସମ୍ପୃକ୍ତ ଯୁବକଙ୍କ ନାମ ରେ ଏତଲା ଦେଇ ତାଙ୍କୁ ଗିରଫ କରିଛନ୍ତି। ଘଟଣା କୁ ନେଇ ଭୁବନେଶ୍ୱର ପୋଲିସ ମହଲରେ ଚର୍ଚ୍ଚା ହେଉଛି। ଟ୍ରେନିଂ ସାରି ମହିଳା ପୋଲିସ ଜଣଙ୍କ ଏବେ ନୂତନ ଭାବରେ ରାଜଧାନୀର ଏକ ପ୍ରମୁଖ ଥାନରେ ନିଯୁକ୍ତି ହୋଇଥିଲେ। ଯାହା ଶୁଣିବାକୁ ମିଳୁଛି ଯେ ଟ୍ରେନିଂ ସମୟରୁ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। କିନ୍ତୁ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ସୃଷ୍ଟି ହୋଇଥିଲା।ଗତ କାଲି ଏହା ଉଗ୍ର ରୂପ ଧାରଣ କରିଥଲା। ଉକ୍ତ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ଦେଇଥିବା ଉପହାର ଏବଂ ଟଙ୍କା ଫେରାଇବାକୁ ଦାବି କରିଥିଲେ।ପରିସ୍ଥିତି ଏପରି ହୋଇଥିଲା ଯେ ଯୁବକ ଜଣକ ମହିଳା ପୋଲିସଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ। ଏନେଇ ସେ ଖାରବେଳନଗର ଥାନା ରେ ଏତଲା ଦେବାପରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖିଛି।

Sikshaya
Leave A Reply

Your email address will not be published.