ପୁରୀ ଗୋପରେ ପେଟ୍ରୋଲ ମିଳିବା ପରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ: ଚାଷୀଙ୍କୁ ମିଳିଲା ଚେକ୍

ବର୍ଷେ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଗୋପବ୍ଲକରେ ବାହାରିଥିବା ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ବର୍ଷେ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ବର୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି ।
ସର୍ଭେ ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଆଉ ପାଦେ ଆଗେଇଛି ଏହି ପ୍ରୋଜେକ୍ଟ । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା । ସଂସ୍ଥାର ଜେନେରାଲ ମ୍ୟାନେଜର ଓ ଦଶ ଜଣିଆ ଟିମି ପହଁଚି ଗୋପରେ ୩୭ ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି । ତିନି କୋଟି ଚାଳିଶି ଲକ୍ଷ ଟଙ୍କା ଚେକ ପ୍ରଦାନ କରଛନ୍ତି । ଯେଉଁ ଅଞ୍ଚଳରେ ସର୍ଭେ ଜାରି ରହିଥିଲା ସେହି ଅଞ୍ଚଳର ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି.ଏନ୍ ସାହୁ ।
ସୂଚନା ଅନୁସାରେ ଅଏଲ ଇଣ୍ଡିଆ ତରଫରୁ ଗୋପ କୁସୁପୁର ଠାରେ ଏକ ସର୍ଭେ କରଯାଇଥିଲା । ଏହି ଅଞ୍ଚରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ଏକ ବର୍ଷ ତଳେ ପ୍ରାଥମିକ ତଦନ୍ତ ରୁ ଜଣାଯିବା ପରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳ ର ପ୍ରାୟ ୩୭ ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଛନ୍ତି । ପ୍ରତ୍ୟକ ଚାଷୀଙ୍କୁ ଗୁଣ୍ଠ ପିଛା ସତର ହଜାର ଟଙ୍କା ହିସାବରେ ତିନି ବର୍ଷ ପାଇଁ ଟଙ୍କା ଦିଆଯାଇଛି । ଯଦି ସର୍ଭେରେ ଉକ୍ତ ଅଞ୍ଚଳରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ବାହାରେ, ତେବେ ପୁରୀ ଜିଲ୍ଲାରେ ଆର୍ଥିକ ଅଗ୍ରଗତି ହେବା ସହ ଗୋପ ଅଞ୍ଚଳ ମଧ୍ୟ ଉନ୍ନତି କରିବ ।