ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ ଜାଲ କାଗଜପତ୍ର ମାଧ୍ୟମରେ ଜମି ଅକ୍ତିଆର କରିଥିବା ଅଭିଯୋଗ ଆଣିଲେ ବାସନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାଲ କାଗଜପତ୍ର ମାଧ୍ୟମରେ ବଳପୂର୍ବକ ଅନ୍ୟର ଜମିକୁ ମାଡି ବସିଛନ୍ତି ଜଣେ ଲୋକ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ । ସେ ଏବେ ସାଜିଛନ୍ତି ଜମି ମାଫିଆ । ପୋଲିସ ମଧ୍ୟ ସେମାନଙ୍କୁ ସହଯୋଗ କରୁଛି ବୋଲି ବାସନ୍ତି ବାଇ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୁଣା ଭୁବନେଶ୍ୱର ଗୌରୀ ନଗରରେ ପ୍ଲଟ ନମ୍ବର ୨୯୪୬ରେ ରହୁଥିବା ବାସନ୍ତୀ ବାଇ, କହିଛନ୍ତି, ମୁଁ ୭.୬.୧୯୯୬ରେ ବାସୁଆ ଘାଇ ମୌଜା, ପ୍ଲଟ ନମ୍ବର ୩୯୯ରେ ଏକ ଜମି କିଣିଥିଲି । ଏହା ମୋ ନାମର ୨୦୧୦ରେ ରେକର୍ଡ ହୋଇଥିଲା । ହେଲେ ଏହାର କିଛିଦିନ ପରେ ଉକ୍ତ ଜମିର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ମୁଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି । କୋର୍ଟରେ ଏହାର ବିଚାର ଚାଲିଥିବା ବେଳେ ଏବେ ଉକ୍ତ ଜମି ଉପରେ ଷ୍ଟାଟସ କ୍ୟୁ ଅର୍ଡର ଅଛି ।

ମାତ୍ର ଜମି ମାଫିଆ ତଥା ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ସୁବାସ ସୁନ୍ଦରାୟ ରାତାରାତି ଜମି ଉପରେ ବାଲି ପକାଇ ପୋତିବାରେ ଲାଗିଛନ୍ତି । ସେମାନଙ୍କୁ ବାରଣ କରିବାରୁ ଧମକଚମକ ଦେଇଥିଲେ । ତେଣୁ ଏ ବିଷୟେର ମୁଁ ସହିଦନଗର ଥାନା ଓ ଏସିପିଙ୍କୁ ଜଣାଇଛୁ । ହେଲେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ବରଂ ପିସିଆର ଭ୍ୟାନ ସାମ୍ନାର ସେମାନେ ରାତାରାତି କାମ ଚଳାଇଛନ୍ତି । ଏହାପରେ ମୁଁ ବାଧ୍ୟ ହୋଇ ୧୪୪ଧାରା ଜାରି କରାଇଛି । ଏହାସେତ୍ୱ ସେ ଜମି ମାଫିଆ ବାଲି ପୋତିବା କାମ ବନ୍ଦ କରିନାହିଁ । ତାଙ୍କ ପତ୍ନୀ ଜିଲ୍ଲା ପରିଷଦ ହୋଇଥିବାରୁ ପୁଲିସ କିଛି ଆକ୍ସନ ନେଉନାହିଁ ।

ଏହାପରେ ମଧ୍ୟ ଡିସିପି, ସିପି ଅଫିସ୍‌, ସିପି ଅଫିସର ଶିଶିର ମିଶ୍ରଙ୍କୁ ଜଣାଇଥିଲି । କିନ୍ତୁ କିଛି ଫଳପ୍ରଦ ହେଲାନାହିଁ । ରାତି ୧୨.୩୦ର ସେ ଜାଗରେ ପୋତା ହେବାବେଳ ଆମ ପୁଲିସକୁ ଡାକିଥିଲୁ କିନ୍ତୁ ପିସିଆର ଏବଂ ଭ୍ୟାନ ଆସି କହିଲେକି ସେ ତାଙ୍କ ଜାଗାରେ ବାଲି ପୋତୁଛନ୍ତି । ଦ୍ୱିତୀୟ ଦିନ ବାଲି ପୋତୋବେଳ ଆମ ବିରୋଧ କରିଥିଲୁ । କିନ୍ତୁ ସେମୋନ ଆମକୁ ବାଡାଇବା ପାଇଁ ଗୋଡାଇଲେ । ଏଥିପାଇଁ ଆମ ଭୟରେ ପଳାଇ ଆସିଲୁ । ଏନଇ ଆମ ଆଇଆଇସିଙ୍କୁ କହିଥିଲୁ । କିନ୍ତୁ ସେ ମନାକେଲ ଆମ ତୁମ କଥା ବୁଝିପାରିବୁନାହିଁ । ଏବେ ସେହି ଜମି ସେମୋନ ବିକିବାକୁ ଲାଗିଛନ୍ତି । ରାଜଧାନୀ ଭଳି ଜାଗାରେ ସାଧାରଣ ଲୋକଟିଏ ଜମି କିଣୁଥିଲେ ମଧ୍ୟ କିଛି ମାଫିଆ ସେମାନଙ୍କଠାରୁ ଦଖଲ ଛଡାଇ ନେଉଛନ୍ତି । ନ୍ୟାୟ ପାଇଁ ପୁଲିସ ପାଖକୁ ଗଲେ, ଏହା ସିଭିଲ ଡିସପୁଟ କହି ଫେରାଇ ଦେଉଛି । ପରୋକ୍ଷରେ ପୁଲିସ ମାଫିଆଙ୍କୁ ସହଯୋଗ କରି ନିଜର ପକେଟ ଗରମ କରୁଛି ।

Leave A Reply

Your email address will not be published.