୧୯ରେ ଭୋଟ, ଶେଷ ଦିନରେ ହେଭିଓ୍ବେଟଙ୍କ ହାଇଭୋଲଟେଜ ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ ତାରିଖରେ ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗରେ ୯, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ । ସେହିପରି ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ ଗ୍ରହଣ ହେବ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରୁ ପ୍ରଚାର ଶେଷ ହୋଇଛି । ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ଓ ସମର୍ଥକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରଚାର କରିବା ସହ ଭୋଟ ହାତେଇବାକୁ ସମସ୍ତ ପ୍ରକାର ଚେଷ୍ଟା ଆପଣେଇଛନ୍ତି ।

ଶେଷଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଖରଗୋନରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦି ଜନତାକୁ ସମ୍ବୋଧିତ କରି କହିଛନ୍ତି, ଏଥର ବିଜେପି ୩୦୦ ଆସନ ଅକ୍ତିଆର କରି ପୁଣି ଥରେ ସରକାର ଗଢ଼ିବ । ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଜନତା ଭୋଟ ଦେଉଥିବାରୁ ଜନମତ ଭାଜପା ସପକ୍ଷରେ ଯିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.