ରାତି ୨ ରେ ଡିଜିପି କ୍ୟାମ୍ପ ସମୁଖ ରେ ଧାରଣା ଦେଲା ବିଜେପି

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି): ବରଗଡ ଜିଲ୍ଲା ର ଗାଇସିଲଟ ବ୍ଲକ ବିଜେପି କାର୍ଯ୍ୟାଳୟ ରେ ପୋଲିସ ର ବିନା ସର୍ଚ୍ଚ ୱାରେଣ୍ଟ ରେ ଚଢ଼ାଉ ଓ ଜିଲ୍ଲା ବଜେପି ଯୁବ ମୋର୍ଚ୍ଚା ସଭାପତି ଙ୍କ ଘରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା। ଏହି ଘଟଣାକୁ ପ୍ରତିବାଦ କରି ଆଜି ବିଳମ୍ବିତ ରାତିରେ ପ୍ରାୟ ୨ ଟା ସମୟରେ ବିଜେପି ର ୨୦ ରୁ ଉର୍ଦ୍ଧ କର୍ମୀ ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସ ସମୁଖ ରେ ଧାରଣା ରେ ବସିବା ସହ ଦଳୀୟ କାର୍ଯ୍ୟାଳୟ ରେ ଚଢ଼ାଉ କରିଥିବା ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏନେଇ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Sikshaya
Leave A Reply

Your email address will not be published.