ଥାନାବାବୁଙ୍କ ପାଇଁ କମିଶନରେଟ ପୋଲିସ ନାକେଦମ

0

ଓଡ଼ିଶା ଫାଷ୍ଟ ( ଜିତେନ୍ଦ୍ର ମହାନ୍ତି) : ଥାନା ବାବୁଙ୍କ ପାଇଁ ଆଜି ସାରା କମିଶନରେଟ ପୋଲିସ ନାକେଦମ ହୋଇଛି। ଏମିତିକି ପୋଲିସକୁ ଲାଠି ମାଡ କରିବାକୁ ପଡିଛି। ଘଟଣାଟି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ଯୁବକର ମୃତ ଦେହ ଜବତ କରିଥିଲା। ମୃତକ ଜଣକ କେନ୍ଦ୍ରାପଡ଼ାର ଧନେଶ୍ୱର ଦାସ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦୁର୍ବୁତ୍ତମାନେ ପିଟିପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଏକ ଅପମୃତ୍ୟୁ ମାମଲା କହି ଘଟଣାକୁ ହାଲକା ଭାବେ ନେଇ ଥିଲା। ଏପରିକି ତାଙ୍କ ପରିବାର ଲୋକଙ୍କୁ 10 ହଜାର ଟଙ୍କା ନେଇ ଚୁପ ବସିବାକୁ କହିଥିଲା। ପରିବାର ଲୋକ ଏହାର ପ୍ରତିବାଦ କରିବାରୁ ପୋଲିସ ମୃତକଙ୍କ ଭିଣୋଇକୁ ଅଟକ ରଖିଥିଲା। ଏହା ପରିବାର ଲୋକ କହିଛନ୍ତି।

ଏହାକୁ ନେଇ ପରିବାର ଲୋକ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସାମ୍ନା ରାସ୍ତା ରେ ଶବ ଧରି ବସି ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଜା କରିଥିଲା । ଆନ୍ଦୋଳନକରି ମାନି ନଥିବାରୁ ପରିସ୍ଥିତିକୁ ଦେଖି ପୋଲିସକୁ ଲାଠି ଚାର୍ଜ କରିବାକୁ ମଧ୍ୟ ପଡିଥିଲା। ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଛି।

ତେବେ ଥାନା ଅଧିକାରୀ ଯଦି ଘଟଣାକୁ ଗୁରୁତର ସହ ନେଇଥାନ୍ତେ, ତେବେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବୋଧହୁଏ ଲାଠି ଚାର୍ଜ କରିବାକୁ ପଡିନଥାନ୍ତା। ତେବେ ଏହି ଘଟଣା ପାଇଁ ଥାନା ଅଧିକାରୀ ଦାୟି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Sikshaya
Leave A Reply

Your email address will not be published.