କାଠୁଆ ଗଣଦୁଷ୍କର୍ମ ଘଟଣା, କେସରୁ ହଟିଲେ ପିଡୀତାଙ୍କ ଓକିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ହଇଚଇ ସୃଷ୍ଟି କରିଥିବା କଶ୍ମୀରର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନୂଆ ମୋଡ଼ ଦେଖାଦେଇଛି । ୮ ବର୍ଷର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଥିବା ମହିଳା ଓକିଲ ଦୀପିକା ରାଜୱତଙ୍କୁ ଆଜି ପିଡୀତାଙ୍କ ପରିବାର ଏହି କେସରୁ ହଟାଇ ଦେଇଛନ୍ତି । ଏହି କେସ ନେବା ପରେ ଦୀପିକାଙ୍କୁ ପ୍ରଥମେ ପ୍ରଥମେ ହତ୍ୟା ଧମକ ଆସୁଥିବା ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କ କାର୍ଯ୍ୟକଳାପ ନେଇ ପ୍ରଶ୍ନ ଉଠାଇଛନ୍ତି ପିଡୀତାଙ୍କ ପରିବାର । ଦୀପିକାଙ୍କୁ କେସରୁ ବାହାର କରିବା ସମ୍ପର୍କରେ ପିଡୀତାଙ୍କ ବାପା କହିଛନ୍ତି, ଏହି ମାମଲାର ଶୁଣାଣି ୧୦୦ ଥର ହେଲାଣି । କୋର୍ଟରେ ୧୦୦ ଜଣ ସାକ୍ଷୀ ନିଜର ପକ୍ଷ ରଖି ସାରିଲେଣି । କିନ୍ତୁ ମୋ ଝିଅର ମାମଲା ପରିଚାଳନା କରୁଥିବା ଦୀପିକା ମାତ୍ର ୨ଥର ହିଁ କୋର୍ଟରେ ହାଜର ହୋଇଛନ୍ତି । ତାଙ୍କ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହେବାରୁ ତାଙ୍କୁ କେସରୁ ବାହାର କରିବା ପାଇଁ ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବା ପଞ୍ଜାବର ପଠାନକୋଟ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲୁ ।

ସୂଚନା ଅନୁଯାୟୀ, ଗତ ଜାନୁଆରୀରେ ୮ ବର୍ଷୀୟ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜି ରାମଙ୍କ ସମେତ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.