ପାଣିପାଗ ଦେଖି ଉକ୍ତି ବଦଳାଉଛନ୍ତି ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନିଜେ କହିଥିବା କଥାକୁ ଅତି ଚାତୁର୍ଯ୍ୟତାର ସହ ପରିବର୍ତ୍ତନ କରିବା ରାଜନେତାଙ୍କର ଅଭ୍ୟାସ ଗତ ହୋଇଗଲାଣି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମହାନଦୀ ପ୍ରସଙ୍ଗ। କାରଣ ଅନେକ ଦିନ ହେଲା ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ବିଜେପି ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ସ୍ୱର ଆଜି ହଠାତ ବଦଳି ଯାଇଛି।
ଧର୍ମେନ୍ଦ୍ର ଙ୍କ ଛତିଶଗଡ଼ ପ୍ରତି ସ୍ୱର ବଦଳିବା ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛି। ମହାନଦୀ ପ୍ରସଙ୍ଗରେ ବିଜେଡ଼ି କୁ ଦୋଷ ଦେଇଅସୁଥିବା କେନ୍ଦ୍ରମନ୍ତ୍ରୀ ଆଗକୁ ଥିବା ନିର୍ବାଚନ କୁ ଦୃଷ୍ଟିରେ ରଖି ଉପାୟଶୂନ୍ୟ ହୋଇ ହଠାତ ବୁଲିପଡିଛନ୍ତି।

ଘଟଣା କ୍ରମେ

ସମ୍ବଲପୁର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୀକାର କରିଛନ୍ତି କି ଛତିଶଗଡ଼ ମହାନଦୀ ପାଣିରେ ବ୍ୟରେଜ ନିର୍ମାଣ କରି ପାଣି ରୋକିବା ଦ୍ୱାରା ତଳମୁଣ୍ଡକୁ ଅଣମୌସୁମୀ ସମୟରେ ପାଣି ଆସିପାରୁନାହିଁ । ଛତିଶଗଡ଼ ପାଣି ରୋକିବା ଏକ ଭୁଲ ନିଷ୍ପତ୍ତି । ଛତିଶଗଡ଼ର ଏଭଳି କାର୍ଯ୍ୟକୁ ଆମେ ସମର୍ଥନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ  ।

ଛତିଶଗଡ଼ ର ଏହି ନିଷ୍ପତ୍ତି ଉପରେ ସମସ୍ତେ ମିଶି ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି  । ଯାହାଦ୍ୱାରା ଓଡ଼ିଶା ପାଣି ପାଇପାରିବ। ଯଦି ରାଜ୍ୟ ସରକାର ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିବେ ଆମେ ତାଙ୍କୁ ସାହାଯ୍ୟ କରିବୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହିପରି କହିଛନ୍ତି । 

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟ କୁ ନେଇ ବିଜେଡ଼ି ତରଫରୁ ମତ ପ୍ରକାଶ ପାଇଛି , ଓଡ଼ିଶାର ଜନସାଧାରଣଙ୍କ ଚାପରେ ଧର୍ମେନ୍ଦ୍ରଙ୍କ ପାଖରେ ସତ ସ୍ୱୀକାର କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ଡେରି ହେଉ ପଛେ ବିଜେପି ନେତାମାନେ ଏହା ବୁଝିପାରିଲେ ଓ ସତ କୁ ସ୍ୱୀକାର କଲେ ସେଥିପାଇଁ ତାଙ୍କୁ ଅନେକ ଅନେକ ଧନ୍ୟବାଦ । ଯଦି ଧର୍ମେନ୍ଦ୍ର ଙ୍କ ଓଡ଼ିଶା ପ୍ରତି ପ୍ରକୃତରେ ଆନ୍ତରିକତା ଅଛି, ତେବେ ଛତିଶଗଡ଼ ଉପରେ ସେ ଚାପ ପକାନ୍ତୁ ବୋଲି ମଧ୍ୟ ବିଜେଡି ତରଫରୁ କୁହାଯାଇଛି ।

Sikshaya
Leave A Reply

Your email address will not be published.