ଏକ ହୋଇ “ପରୀ ପାଇଁ କଥାଟିଏ”କୁ ସଫଳ କରିବା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତୁ ଏକ ହେବା ସମସ୍ତେ ମିଶି ଆମ ରାଜ୍ୟକୁ କଳଙ୍କ ରୁ ମୁକ୍ତ କରିବା । “ପରୀ ପାଇଁ କଥାଟିଏ” ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା।

ଓଡ଼ିଶାରେ ବଢ଼ି ଚାଲିଥିବା ନାବାଳିକା ଦୁଷ୍କର୍ମ କୁ ଦୃଷ୍ଟି ରେ ରଖି ଓଡ଼ିଶା ପୋଲିସ ଓ ୟୁନିସେଫ ର ମିଳିତ ସହଯୋଗରେ “ପରୀ ପାଇଁ କଥାଟିଏ” ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଆରମ୍ଭ କରିବାକୁ ଯାଉଅଛି। ଏହି ରାଜ୍ୟବ୍ୟାପୀ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେ ଉଦଘାଟନ କରିବେ। ସଚେତନତା ବାର୍ତ୍ତା ବହନ କରୁଥିବା ୧୫ଟି ପରୀ ଏକ୍ସପ୍ରେସ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଯାହାକି ଆସନ୍ତା ମାସ ୧୨ ତାରିଖରେ ଶେଷ ହେବ। ୧୫ଟି ରଥ ୧୫ଦିନ ଧରି ସାରା ରାଜ୍ୟରେ ବୁଲିବ। କମିଶନରେଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ପରୀ ପାଇଁ କଥାଟିଏ’ର ଲୋଗୋ ଉନ୍ମୋଚନ ହୋଇଛି। ଏହାର ଥିମ୍ ସଙ୍ଗ୍ ମଧ୍ୟ ଲୋକାର୍ପିତ ହୋଇଛି। କଣ୍ଠଶିଳ୍ପୀ ଶ୍ରୀମତୀ ଛନ୍ଦା ମିଶ୍ର ଙ୍କ ସୁମଧୁର କଣ୍ଠରେ ଏହି ଥିମ୍ ସଙ୍ଗ୍ କୁ ଅଳଙ୍କୃତ କରାଯାଇଛି।

ପ୍ରତେକ ଜିଲ୍ଲାରେ ସ୍ଥାନୀୟ ଏସପି ଏବଂ ଜିଲ୍ଲାପାଳ ଏହି ଅଭିଯାନର ନେତୃତ୍ୱ ନେବେ। ପ୍ରତି ରଥରେ ୪ଜଣ ପୋଲିସ କର୍ମଚାରୀ ରହିବେ। ପୋଲିସ ଡିଜିପି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା , ଅନ୍ୟ ବରିଷ୍ଠ ଅଧିକାରୀ ଓ ୟୁନିସେଫ ସହାୟତାରେ ଏହି ଅଭିଯାନ ଟି ପରିଚାଳିତ ହେଉଛି। ଏହି ରାଜ୍ୟବ୍ୟାପୀ ଅଭିଯାନ ର ନିରୀକ୍ଷଣ ଓ ସମନ୍ୱୟ ରକ୍ଷାପାଇଁ ପୋଲିସ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯାଇଛି।

Sikshaya
Leave A Reply

Your email address will not be published.