ବିନ୍ଦୁସାଗରରେ ଲାଇଟ ଆଣ୍ଡ ସାଉଣ୍ଡ ଶୁଭାରମ୍ଭ

0



ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣା ଭୁବନେଶ୍ୱରସ୍ଥିତ ବିନ୍ଦୁସାଗରରେ ରବିବାର ଲାଇଟ ଆଣ୍ଡ ସାଉଣ୍ଡ ଶୁଭାରମ୍ଭ କରିଛନ୍ତି । ବିନ୍ଦୁସାଗରରେ ହୋଇଥିବା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥାକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଵା ନେଇ ଏହି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯାଇଛି । ହକି ବିଶ୍ୱକପ ବେଳେ ଭୁବନେଶ୍ୱରକୁ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ ଏହା ପୂର୍ବରୁ ଏହି ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଏଥିସହ ଏ ନେଇ ରାଜଧାନୀର ବିଭିନ୍ନ ସ୍ଥାନକୁ ସୌନ୍ଦର୍ଯ୍ୟକରଣ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି ।


ଏହି ଉଦଘଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ.ପି ପ୍ରସନ୍ନ ପାଟଶାଣୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ସଂସ୍କୃତି ସଚିବ ବିଶାଲ ଦେବ ଓ ଜିଲ୍ଲାପାଳ ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିନ୍ଦୁସାଗର ଲାଇଟ ଆଣ୍ଡ ସାଉଣ୍ଡ, ଭୁବନେଶ୍ୱର ଆର୍ଟଟ୍ରେଲ, ଲିଙ୍ଗରାଜ ମନ୍ଦିରଠାରୁ ରଥରୋଡ଼ ପର୍ଯ୍ୟନ୍ତ ଆଲୋକୀକରଣ ଓ ଗଙ୍ଗାଯମୁନା ମନ୍ଦିର ନିକଟରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର ଶୁଭାରମ୍ଭ କରାଯାଇଥିଲା ।

Leave A Reply

Your email address will not be published.