ଏଥର ଦିଲ୍ଲୀ ଗଣତନ୍ତ୍ର ଦିବସ ସମାରୋହ ପାଇଁ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସ କରାଯିବ ଓ ସେଗୁଡ଼ିକୁ ଛାଡ଼ି ଛାଡ଼ି ରଖାଯିବ । ଚଳିତ ଥର ଗଣତନ୍ତ୍ର ଦିବସ ସମାରୋହରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୁଖ୍ୟ ଅତିଥି ହେବାର କାର୍ଯ୍ୟକ୍ରମ ରହିଛି ।
ଗଣତନ୍ତ୍ର ଦିବସ ପରେଡ ପାଇଁ ଦିଲ୍ଲୀରେ ସେନାର ଯବାନମାନେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଏହି ସମାରୋହ ଉପରେ କରୋନା ଆତଙ୍କ ବଢିବାରେ ଲାଗିଛି । ପରେଡରେ ଅଂଶଗ୍ରହଣ କରିବାକୁ ଗତ ନଭେମ୍ବରପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାର ସେନା କର୍ମଚାରୀ ଦିଲ୍ଲୀରେ ପହଞ୍ଚିଥିବା ଜଣାଯାଇଛି । ତେବେ ଏହି ସେନା ଅଧିକାରୀ ଓ ଯବାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.