୫ଟି ସଚିବ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାରଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ୪.୩୦ ମିନିଟ ରେ ଲିଙ୍ଗରାଜ ମନ୍ଦିରର ସ୍ଥିତି ଓ ଏହାର ସୌନ୍ଦର୍ଯ୍ୟକରଣ ରୋଡ ମ୍ୟାପ ପ୍ରସ୍ତୁତ କରିବା ପାଇଁ ମନ୍ଦିର ପରିଦର୍ଶନରେ ପହଞ୍ଚି ଥିଲେ ୫ଟି ସଚିବ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର । ଏହି ଗ୍ରସ୍ତ ସମୟରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ୫ଟି ସଚିବ ଆଲୋଚନା ମଧ୍ୟ କରିଥିଲେ । ଲିଙ୍ଗରାଜ ମନ୍ଦିରର ଓ ଏହାର ଆଖପାଖ ଅଞ୍ଚଳର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର କିଛିଦିନ ତଳେ ୮.୫ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ତେଣୁ ଲିଙ୍ଗରାଜ ମନ୍ଦିରର ନିକଟବର୍ତ୍ତି ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସକୁ ଭଙ୍ଗା ଯାଇଥିଲା । ଏହାର ଆଧୁନିକୀକରଣ କରାଯିବା ସହ ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାର ପାର୍ଶ୍ଵର ମଧ୍ୟ ଉନ୍ନତି କରାଯିବା ପାଇଁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ । ସେହିପରି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା ଯିବାପରେ ସମସ୍ତ ବର୍ଜ୍ୟ ବସ୍ତୁକୁ ସେସ୍ଥାନରୁ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ୫ଟି ସଚିବ ।

ସୂଚନା ଅନୁଯାୟୀ, ୫ଟି ସଚିବ ପାଣ୍ଡିଆନଙ୍କ ଲିଙ୍ଗରାଜ ମନ୍ଦିର ଗ୍ରସ୍ତ ସମୟରର ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର, ଭୁବନେଶ୍ୱର ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.