ସଜେଇ ହେଉଛି ଏକାମ୍ର କ୍ଷେତ୍ର, ସମୀକ୍ଷା କଲେ 5ଟି ସଚିବ ଭି.କେ ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପରେ ଏବେ ସଜେଇ ହେଉଛି ଏକାମ୍ର କ୍ଷେତ୍ର । ଆଗକୁ ମହାଶିବରାତ୍ରି । ଏହାକୁ ଦୃଷ୍ଟିରେ ରଖି ଦ୍ରୁତଗତିରେ ଚାଲିଛି ଏକାମ୍ରକ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଆଜି ଭୋରରୁ ଏହାର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଏବଂ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ମହା ଶିବରାତ୍ରୀ ପୂର୍ବରୁ କିପରି ରାସ୍ତା ପ୍ରଶସ୍ତିକରଣ କାମ ସରିବ ଏବଂ କିପରି ଚାଲିଛି ନିର୍ମାଣ କାମ ତାର ତଦାରଖ ପାଇଁ ପହଞ୍ଚିଥିଲେ ପାଣ୍ଡିଆନ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ସହ ଭକ୍ତଙ୍କ ସୁବ୍ୟବସ୍ଥିତ ଯାତ୍ରା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା ହେଉଛି । ସେ କାମ ମଧ୍ୟ ଶୀଘ୍ର ସାରିବାକୁ ଲକ୍ଷ ରଖାଯାଇଛି । ନଭେମ୍ବର ୩୦ ସୁଦ୍ଧା ସବୁ କାମ ସରିବାକୁ ଆଶା ରଖାଯାଇଛି । ଏବେ ଯାଏଁ ୮୦ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ।

Leave A Reply

Your email address will not be published.