ଲିଙ୍ଗରାଜ ନିକଟରୁ ଜବରଦଖଲ ଉଚ୍ଛେଦ : ଥାନା ଘେରାଉ କଲେ ଦୋକାନୀ

0

ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଆଜି ଥାନା ଘେରାଉ ହୋଇଛି । ଦୋକାନ ହରାଇ ଥିବା ବ୍ୟବସାୟୀମାନେ  ଆଜି ଥଇଥାନ ଦାବିରେ ଥାନା ଘେରାଉ କରିଥିବା ଜଣାଯାଇଛି । ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି । ଆଗ ଥଇଥାନ ପରେ ଉଚ୍ଛେଦ ଦାବିରେ ବ୍ୟବସାୟୀମାନେ ରାସ୍ତାରୋକ କରିଥିବା ଜଣାଯାଇଛି | ଲିଙ୍ଗରାଜ ଥାନା ଆଗରେ ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ଧାରଣା ଜାରି ରହିଛି। ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନ କରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.