BMC ର ତ୍ରୁଟି ପାଇଁ ଘୁଂଚୁଛି ବାହାଘର ତାରିଖ

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି): ଭୁବନେଶ୍ୱର ର BMC ଦ୍ଵାରା ପରିଚାଳିତ ସମସ୍ତ କଲ୍ୟାଣ ମଣ୍ଡପ ଓ ପ୍ରତି ୱାର୍ଡରେ ଥିବା କମ୍ୟୁନିଟି ହଲ ଗୁଡିକୁ ଅନଲାଇନ ବୁକିଂ କରିବାକୁ ପଡ଼େ। ସାଧାରଣତଃ ମଧ୍ୟବିତ୍ତ ବର୍ଗର ଲୋକଙ୍କ ବଜେଟ କୁ ଏହା ସୁହାଉ ଥିବାରୁ ସେମାନଙ୍କର ଏହା ପ୍ରଥମ ପସନ୍ଦ ହୋଇଥାଏ। ମାତ୍ର BMC ୱେବସାଇଟ ର ଏହି ଲିଂକ ରେ ତ୍ରୁଟି ଥିବାରୁ ୧୫ ରୁ ୨୦ ଦିନ ହେବ ବୁକିଂ କରିବା ଅଚଳ ହୋଇପଡିଛି। ଯାହାଦ୍ଵାରା ପ୍ରତ୍ୟେକ ଦିନ ଅନେକ ଲୋକ ଅନଲାଇନ ବୁକିଂ ନକରିପାରି BMC ଅଫିସ ଯାଇ ମଧ୍ୟ ହଲ ବୁକିଂ କରିବାରେ ଅସମର୍ଥ ହେବାରୁ ସେମାନନଙ୍କୁ ଗାଳିଦେବା ସହ ନିଜ ଭାଗ୍ୟକୁ ଦୋଷଦେଇ ଫେରିଯାଉଛନ୍ତି। ଆଉକିଛି ଲୋକ ବାହାଘର ତାରିଖ ଘୁଞ୍ଚାଇବାକୁ ଇଛା ନଥାଇ ମଧ୍ୟ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ଯାହାର ତାରିଖ ନିର୍ଦ୍ଧାରିତ ହୋଇସାରିଛି ସେମାନେ ଅନ୍ୟ କଲ୍ୟାଣ ମଣ୍ଡପ କିମ୍ବା ହୋଟେଲ ଗଲାବେଳକୁ ସେଠାରେ ବୁକିଂ ସାରିଥିବାରୁ ନିରାଶ ହୋଇ ଫେରିବାକୁ ପଡୁଛି। ଲୋକଙ୍କ ସେବାରେ ସବୁବେଳେ ଅଛି କହିଆସୁଥିବା BMC ରୁ ନିରାଶ ହୋଇଫେରୁଥିବା ଲୋକମାନେ ଏଭଳି କହିଛନ୍ତି।

Leave A Reply

Your email address will not be published.