ଏୟାରପୋର୍ଟ ନିକଟବର୍ତ୍ତୀ ମଦ ଦୋକାନକୁ ତାଲା ପକାଇଲେ ଲୋକ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଏୟାରପୋର୍ଟ ନିକଟବର୍ତ୍ତୀ ମଦ ଦୋକାନକୁ ତାଲା ପକାଇଲେ ଲୋକ । ଆଜିଠାରୁ ସାରା ରାଜ୍ୟରେ ମଦ ଉପରେ କୋଭିଡ୍ ଟ୍ୟାକ୍ସ ୫୦% ରୁ ୧୫% ହ୍ରାସ ହେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମାତ୍ର ଆଜି ଏୟାରପୋର୍ଟ ନିକଟବର୍ତ୍ତୀ ମଦ ଦୋକାନୀ ତାଙ୍କ ପାଖରେ ଏସମ୍ୱନ୍ଧରେ କୌଣସି ସୂଚନା ନଥିବା କହିବାରୁ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।
ଫଳରେ ଲୋକେ ଉତ୍ୟକ୍ତ ହୋଇ ଦୋକାନରେ ତାଲା ପକେଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, କରୋନା ପାଇଁ ଲକଡାଉନ ଯୋଗୁଁ ସମଗ୍ର ଭାରତ ବର୍ଷରେ ମଦଦୋକାନ ବନ୍ଦ ରହିଥିଲା। ପରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ମଦ ଉପରେ କୋଭିଡ୍ ଟ୍ୟାକ୍ସ ୫୦% ଲଗାଇଥିଲେ। ଯାହାଦ୍ୱାରା ମଦ୍ୟପଙ୍କୁ ସର୍ବାଧିକ ବିକ୍ରି ଦର ଉପରେ ୫୦% ଟ୍ୟାକ୍ସ ଦେବାକୁ ପଡୁଥିଲା । ରାଜ୍ୟରେ ମଦ ଉପରେ କୋଭିଡ୍ ଟ୍ୟାକ୍ସ ଲାଗୁ ହେବା ପରେ ୨୦୦କୋଟି ଟଙ୍କା ଶୁଳ୍କ ଆଦାୟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.