ପ୍ରେମିକା ଆଗରେ ପ୍ରେମିକର ଲାଇଭ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡ଼ିଆ ବା ସମାଜିକ ଗଣମାଧ୍ୟମର ବ୍ୟବହାର ବହୁଳ ଭାବେ ଯୁବପିଢ଼ି କରୁଥିବା ଦେଖାଯାଉଛି। ସୋସିଆଲ ମିଡ଼ିଆର ବ୍ୟବହାର ଲୋକଙ୍କୁ ଦେଶ ବିଦେଶର ଜ୍ଞାନ ଦେଉଥିବା ବେଳେ ଏହା ଖୁବ ଉପଯୋଗୀ ବି ହୋଇ ପାରିଛି। କିନ୍ତୁ ଏହାର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖାଯାଉଛି। ଭିଡ଼ିଓ ଭାଇରାଲ ଠୁ ଆରମ୍ଭ କରି ପିଲାଚୋରି ଘଟଣା ଭଳି ଅଭାବନୀୟ ଘଟଣା ଘଟୁଥିବା ନଜିର ରହିଛି। ଏଭଳି ଆଉ ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ। ପ୍ରେମିକା ଆଗରେ ଲାଇଭ ସୁଇସାଇଡ଼ କରିଛି ପ୍ରେମିକ।

ସୂଚନା ମୁତାବକ, ପାରାଦୀପର ମଧୁବନ କଲୋନିର ସିଦ୍ଧାର୍ଥ କୁମାର ମାଝୀ ଓରଫ କୁନା ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଜଗତସିଂହପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ଉଭୟ କିଛିଦିନ ହେବ କଥା ହେଉ ନଥିଲେ । ତେବେ ରବିବାର ରାତିରେ କୁନା ତାଙ୍କ ପ୍ରେମିକା ଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଯୁବତୀ ଜଣକ ସେମାନଙ୍କର ଜଣେ ବନ୍ଧୁଙ୍କୁ ଫୋନ୍‌ରେ ସବୁ କଥା ଜଣାଇଥିଲେ । ସେ ସିଦ୍ଧାର୍ଥଙ୍କ ଘର ନିକଟରେ ପହଞ୍ଚି କବାଟ ବାଡ଼େଇ ଡାକିଥିଲେ । ସିଦ୍ଧାର୍ଥଙ୍କ ବଡ଼ ଭାଇ କବାଟ ଖୋଲିବାରୁ ସେ ତାଙ୍କୁ ସବୁ କଥା କହିଥିଲେ । କବାଟ ତାଡ଼ି ଦେଖିବା ବେଳକୁ ସିଲିଂ ଫ୍ୟାନ୍‌ରେ ସିଦ୍ଧାର୍ଥଙ୍କ ଓହଳିଥିବା ଦେଖିବାକୁ ପାଇଥିଲେ । ସେମାନେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.