ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ

0

ଲିଜ୍ ଟ୍ରସ ହେଲେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ । ଏକ କଡା ମୁକାବିଲାରେ ସେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ହରାଇଛନ୍ତି । ଥେରେସା ମେ ଏବଂ ମାର୍ଗରେଟ ଥେଚରଙ୍କ ପରେ ଲିଜ୍ ଟ୍ରସ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଗତ ଶୁକ୍ରବାର ଶେଷ ହୋଇଥିଲା।

ନିର୍ବାଚନ ଶେଷ ହେବା ପୂର୍ବରୁ ପ୍ରି-ପୋଲ ସର୍ଭେରେ ଋଷି ସୁନକଙ୍କ ଠାରୁ ଲିଜ ଟ୍ରସ ବହୁ ଆଗରେ ଥିବା କୁହାଯାଇଥିଲା।

ବ୍ରିଟେନର କ୍ଷମତାଶୀନ କନଜରଭେଟିବ ପାର୍ଟି ଗତ ଦୁଇ ମାସର ଦୀର୍ଘ ପ୍ରକ୍ରିୟା ପରେ ହାଉସ ଅଫ କମନ୍ସରେ ନିଜର ନେତା ତଥା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରିଛି । ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବର୍ତ୍ତମାନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ମଧ୍ୟରେ ଚୂଡାନ୍ତ ଲଢେଇ ହୋଇଥିଲା। ନିର୍ବାଚନରେ ଲିଜ ଟ୍ରସଙ୍କୁ ୮୧,୨୩୬ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ ୬୦,୩୯୯ ଭୋଟ ମିଳିଛି।

SOA post below
Leave a comment