ଚଳନ୍ତା ସ୍କୁଲବସରୁ ଖସିପଡ଼ିଲା LKG ଶିଶୁ; ତାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଚଳନ୍ତା ସ୍କୁଲବସରୁ ଖସିପଡ଼ିଲା LKGରେ ପଢୁଥିବା ଶିଶୁ । ବସ୍ରେ ଥିବା ଏମରଜେନ୍ସି ଡୋରରୁ ଶିଶୁଟି ଖସିପଡ଼ିଥିବା ଜଣାପଡ଼ିଛି । କେରଳ କୋଚିର ଅଲୁଭାରେ ଶୁକ୍ରବାର ଏହି ଘଟଣା ଘଟିଛି । କୁନି ଛାତ୍ରକୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଯାଇ ଉଦ୍ଧାର କରିଥିଲେ । ଶିଶୁଟି ରାସ୍ତାରେ ଖସି ପଡ଼ିବା ପରେ ପଛରେ ଆସୁଥିବା ଯାନଗୁଡ଼ିକ ମଧ୍ୟ ହଠାତ୍ ବ୍ରେକ ଲଗାଇଥିଲେ । ଶିଶୁଟି ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ରାସ୍ତାରେ ଲାଗିଥିବା ସିସିଟିଭିରେ ଏହି ସମସ୍ତ ଘଟଣା କଏଦ ହୋଇଛି । ଦେଖନ୍ତୁ ଭିଡିଓ…