ଲକଡାଉନ୍ ୫.୦ରେ ଏହିସବୁ ନିୟମ ଲାଗୁ ହେବ! ଏହି ୧୧ ସହରରେ ବଳବତର ରହିବ କଟକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତମାନ ଦେଶରେ ଲକ୍ ଡାଉନ୍ ର ୪ର୍ଥ ପର୍ଯ୍ୟାୟ ଜାରି ରହିଛି । ଯାହା ୩୧ତାରିଖ ମଧ୍ୟ ରାତ୍ରିରେ ଶେଷ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଲକ୍ ଡାଉନ୍ ୫କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଛି । ତେବେ ଲକ୍ ଡାଉନ୍ ୫ରେ କେଉଁ ନିୟମ ଜାରି ରହିବ ଏବଂ କେଉଁ ଜିନିଷ ଉପରେ କୋହଳ ମିଳିବ ସେ ନେଇ ସମସ୍ତଙ୍କ ମନରେ ରହିଛି ଆଶା ଓ ଆଶଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ୍ ୫ କୁ ନେଇ ତାଙ୍କର ଆଗାମୀ ମନ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି । ବିଶେଷକରି ଦେଶର ୧୧ଟି ସହରରେ ନିୟମ ବଳବତର ରହିବ ବୋଲି ସନ୍ଦେହ କରାଯାଉଛି ।

ବିଶେଷସୂତ୍ରରୁ ଜଣାପଡିଛି ଯେ, ଲକ୍ ଡାଉନ୍ ୫ରେ ଦେଶର ୧୧ଟି ସହର ଉପରେ କଟକଣା ବଳବତର ରହିଛି । କାରଣ ଏହି ୧୧ଟି ସହରରୁ ଦେଶର ୬୦ ପ୍ରତିଶତ କରୋନା ପଜିଟିଭ୍ ସଂଖ୍ୟାର ମାତ୍ରା ଅଧିକ ଥିବାରୁ କଟକଣା ବଳବତର ରହିପାରେ । ତେବେ ସେହି ୧୧ଟି ସହରଗୁଡିକ ହେଉଛି: ଜୟପୁର, ଦିଲ୍ଲୀ, ମୁମ୍ବାଇ, ସୁରତ, ପୁଣେ, ବେଙ୍ଗାଲୁରୁ, ଇନ୍ଦୋର, ଚେନ୍ନାଇ, ଅହମଦାବାଦ ଏବଂ କୋଲକତା । ତେବେ ଆସନ୍ତୁ ଜାଣିବା ଲକ୍ ଡାଉନ୍ ୫ରେ ଏହା ଉପରୁ କଟକଣା ହ୍ରାସ ପାଇପାରେ ବୋଲି ଆଶା ରହିଛି । ଲକ୍ ଡାଉନ୍ ୫ମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଆଶା କରାଯାଉଛି । ମାତ୍ର ଧାର୍ମିକ ଉତ୍ସବ ଯେଉଁଥିରେ ଭିଡ ଜମିବ ତାହା ପାଇଁ ଅନୁମତି ମିଳି ନ ପାରେ । ତେବେ ଧାର୍ମିକ ସ୍ଥଳକୁ ଯିବା ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିବ ବୋଲି ଆଶା କରାଯାଉଛି ।
-ବିବାହ ଓ ଅନ୍ତିମ ସଂସ୍କାରରେ ଲୋକସଂଖ୍ୟାକୁ ବୃଦ୍ଧି କରାଯାଇପାରେ । ଏହାସହିତ ଏଥର ଲକ ଡାଉନ୍ ପର୍ଯ୍ୟାୟ ୧୪ଦିନ ରହିବା ନେଇ ଆଶା କରାଯାଉଛି ।
-ଆଗାମୀ ଲକ୍ ଡାଉନ୍ ପର୍ଯ୍ୟାୟରେ ସଲୁନ୍‌, ପାର୍ଲର ଏବଂ ଜିମ୍ ଖୋଲିବା ନେଇ ଅନୁମତି ମିଳିପାରେ । ମାତ୍ର ସ୍କୁଲ ଓ କଲେଜ ଖୋଲିବ ନାହିଁ ।

Leave A Reply

Your email address will not be published.