୧୦ ଆକ୍ରାନ୍ତ ଚିହ୍ନଟ ପରେ ସିଲ ହେଲା ଲୋକସେବା ଭବନର ସ୍ୱାସ୍ଥ୍ୟ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲୋକସେବା ଭବନକୁ ପୁଣି ଫେରିଲା କରୋନା। ଏଠାରେ ଥିବା ସ୍ୱାସ୍ଥ୍ୟ ବିଭାଗରେ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହାକୁ ସିଲ୍‌ କରାଯାଇଛି । ଯୁଗ୍ମ ସଚିବ ଓ ଉପ ସଚିବ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ୍‌ରେ ରଖାଯିବା ସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଆଇସୋଲେସନ୍‌ରେ ରଖାଯାଇଛି ।

Leave A Reply

Your email address will not be published.