ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ସନ୍ଧ୍ୟା ହେଲେ ଲୂଟେରାଙ୍କ କବଜାକୁ ଚାଲିଯାଉଛି ରାଜମହଲ ଛକ ବ୍ଲକିଙ୍ଗ ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ। ଦୁଇଟି ଜାଗାରେ ଦୁଇଦୁଇ ଜଣ ପୋଲିସ ବ୍ଲକିଙ୍ଗ ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଥାଇ ମଧ୍ୟ ହେଉଛି ଫିଲ୍ମ ଷ୍ଟାଇଲରେ ଲୂଟ।
ଏଭଳି ଏକ ଘଟଣା ଗତକାଲି ରାତି୮.୩୦ ରୁ ୯ଟା ମଧ୍ୟରେ ଦେଖିବାକୁ ମିଳିଥିଲା। ଦୁଇଜଣ ଯୁବତୀ ସେଠାରେ ଥିବା ଭେଣ୍ଡିଙ୍ଗ ଜୋନରୁ ଫଳ କିଣି ପଇସା ଦେବା ସମୟରେ ଜଣେ ଯୁବକ ତାଙ୍କ ପର୍ସକୁ ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ଯୁବତୀ ଜଣକ ଉକ୍ତ ଲୂଟେରା କୁ ପ୍ରତିଆକ୍ରମଣ କରିଥିଲେ ।
ମାତ୍ର ଲୂଟେରା ଟି ପର୍ସ ଧରି ଦୌଡ଼ି ପଳାଇ ଥିଲା। ସେଠାରେ ଥିବା ପୋଲିସ ସମ୍ମୁଖରେ ଏସବୁ ଘଟଣା ଘଟିଥିଲା। ଏଭଳି ଘଟଣା ଏହି ଜାଗାପାଇଁ ନୂଆ ନୁହେଁ ଫଳ କିଣୁଥିବା ଲୋକଙ୍କ ଠାରୁ ପର୍ସ ଓ ସୁନାଚେନ ଅନେକ ଥର ଲୂଟର ଇତିହାସ ରହିଛି ।
ଏବେ ଦେଖିବାକୁ ରହିଲା ଦୀର୍ଘଦିନ ଧରି ଚାଲିଥିବା ଏହି ଦୁଇଶହ ମିଟର ରାସ୍ତାର ଲୂଟେରାଙ୍କ ଏ ଚାଲେଞ୍ଜକୁ କମିଶନରେଟ ପୋଲିସ ରୋକିବାରେ ସଫଳ ହେଉଛି ନା ହାତବାନ୍ଦୀ ବସୁଛି।